oum

ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

jsm

ଭୁବନେଶ୍ୱର : ରାଜଧାନୀରେ କାର୍ ଭିତରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ । ଚୋରାରେ ମଦ ବିକ୍ରି ପାଇଁ ଆଣୁଥିବା ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୟୁରଭଞ୍ଜର ବିକ୍ରମ ମାରାଣ୍ଡି ଓ ରସୁଲଗଡର ସହଦେବ ହାଁସଦା । ଦୁଇ ଜଣଙ୍କୁ ରସୁଲଗଡ ଛକରେ ଗିରଫ କଲା ଅବକାରୀ ବିଭାଗ । ମୟୂରଭଞ୍ଜରୁ କାର୍ ଯୋଗେ ମଦ ଭୁବନେଶ୍ୱର ଆଣିଥିଲେ ଅଭିଯୁକ୍ତ । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.