lika

ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍‌ ହସ୍ପିଟାଲ ଉଦଘାଟିତ

gbag

ହିଞ୍ଜିଳିକାଟୁ, (କେପିଏନ୍‌ଏସ୍‌) : ସ୍ଥାନୀୟ ମେନ୍‌ ରୋଡ ସ୍ଥିତ ପୁରୁଣା ସିନେମା ହଲ ଛକରେ ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍‌ ହସ୍ପିଟାଲ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭାରତ ବର୍ଷର ବିଶିଷ୍ଟ ଭେଷଜବିତ୍‌ ପ୍ରଫେସର ଡ଼ା. ପି.ସି. ସାହୁ ଯୋଗଦେଇ ହସ୍ପିଟାଲ ଉଦଘାଟନ କରିବା ସହ ହିଞ୍ଜିଳିକାଟୁ ଅଞ୍ଚଳରେ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷା ସୁବିଧା ଥିବା ଏହି ହସ୍ପିଟାଲ ପ୍ରଥମ ଓ ଅଞ୍ଚଳର ବହୁ ରୋଗୀ ବିଶେଷ ଉପକୃତ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ପ୍ରଫେସର ଡ଼ା. ସାହୁ ହସ୍ପିଟାଲର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଉଦ୍ୟୋକ୍ତାମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ହସ୍ପିଟାଲର ନିର୍ଦ୍ଦେଶକ ଆଡଭୋକେଟ ଲକ୍ଷ୍ମୀ ନାରାୟଣ ଦାଶ ହସ୍ପିଟାଲ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଏହାକୁ ଏକ ପ୍ରତିଷ୍ଠିତ ହସ୍ପିଟାଲରେ ପରିଣତ କରାଯିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ପୁରାତନ ସମ୍ବାଦପତ୍ର “ନବୀନ’ର ସମ୍ପାଦକ ରବି ରଥ ଯୋଗଦେଇ ତାଙ୍କ ଭାଷଣରେ ଉଦ୍ୟୋକ୍ତାମାନେ ରୋଗୀସେବା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ଆଗାମୀ ଦିନରେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣେଲ ଡ଼ାକ୍ତର ଅମର ଦାଶ, ଶିଶୁ, ପ୍ରସୂତି, ଅସ୍ଥିଶଲ୍ୟ, ମଧୁମେହ ଏବଂ ବିଭିନ୍ନ ଜଟିଳ ରୋଗର ଚିକିତ୍ସିକଙ୍କ ସମେତ ନିର୍ଦ୍ଦେଶକ ସଦାଶିବ ପାଣିଗ୍ରାହୀ, ଆଡଭୋକେଟ ପ୍ରଣବ କୁମାର ପାଢ଼ୀ, ଲକ୍ଷ୍ମୀ ନାରାୟଣ ଦାଶ, ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.