ଲୋଇସିଂହାରେ ସଟଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲା ଲୋଇସିଂହା ସ୍ଥିତ ନୂଆପଡାଠାରେ ଶନିବାର ଆଠ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ନୂଆପଡା ଏରିଆକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ପ୍ରକାର ଗମନାଗମନକୁ ନିଷିଦ୍ଧ କରାଯାଇଛି । ଏଥିସହିତ ଲୋଇସିଂହା ପଂଚାୟତ କାର୍ୟ୍ୟାଳୟ ପତ୍ର ନଂ-୪୫/ତା.୧୬/୦୮/୨୦୨୦ ଅନୁଯାୟୀ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସହରର ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ୧୬ ତାରିଖ ଅପରାହ୍ନ ୨ଟା ରୁ ୨୦ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ସରପଞ୍ଚ ସୁନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଘୋଷଣା କରାଯିବା ସହିତ ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.