ମୋ ବାପାଙ୍କ ପ୍ରତି ଅନ୍ୟାୟ କରିଛି ପ୍ରଶାସନ : ଦିବ୍ୟାଙ୍ଗ ଝିଅ ରୂପାଲି

କଂଟାବାଂଜି ଝାଙ୍କରପଡାସ୍ଥିତ ପିଡବ୍ଲୁଡି ରାସ୍ତା ଜବର ଦଖଲ ଉଛେଦ ମାମଲା : ଖବରଦାତା ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ
କଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ତା୧୪/୮/୨୦୨୦ ଦିନ କଂଟାବାଂଜି ଝାଙ୍କରପଡାଠାରେ ପିଡବ୍ଲୁଡି ରୋଡ ଉପରେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବା ଜବର ଦଖଲକୁ ଟିଟିଲାଗଡ ଉପଜିଲ୍ଲାପାଳ ତଥା କଂଟାବାଂଜି ଏନଏସି ପ୍ରଶାସକଙ୍କ ଉପସ୍ଥିତିରେ ଉଛେଦ କରାଯାଇଛି । ଉଛେଦ ବେଳେ ଜବରଦଖଲକାରୀ ସୁରଜିତ ସିଂ ମାଖିଜା ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ରୂପାଲି ପ୍ରଶାସନ ସହ ବାକ୍‌ ବିତଣ୍ଡା ମଧ୍ୟରେ ଉଛେଦ କାର୍ଯ୍ୟ ଅଧଘଂଟା ଯାଏଁ ଅଟକି ଯାଇଥିଲା । ଏହା ପରେ ପୁର୍ନବାର ଉପଜିଲ୍ଲାପାଳ ନିର୍ଦ୍ଧିଷ୍ଟ କାଗଜାଦ ମହଜୁଦ ନ ଥିବା ଦର୍ଶାଇ ୬ଟି ଦୋକାନ ଗୃହକୁ ଉଛେଦ କରିଛନ୍ତି । ଉଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର କଂଟାବାଂଜି ଅଶୋକ କୁମାର ମାଝୀ, କଂଟାବାଂଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ପିଡବ୍ଲୁଡି ସହକାରି ନିର୍ବାହୀ ଯନ୍ତ୍ରୀ ସୁରେଶ ପାତ୍ରୋ, ଥାନା ଆଇଆଇସିଙ୍କ ସହ ପୋଲିସ ପ୍ଲାଟୁନ ଏବଂ ଅନ୍ୟ ବରିଷ୍ଟ ଅଫିସର ବୃନ୍ଦ ଉପସ୍ଥିତ ଥିଲେ । ଏହି ଉଛେଦ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଊଛେଦକାରୀଙ୍କ ଉପରେ ସୁରଜିତ ସିଂ ମାଖିଜା ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅ ରୂପାଲି ମାଖିଜା ଶନିବାର ଦିନ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଉଭୟେ ବାପ ଝିଅଙ୍କ ଅଭିଯୋଗ ଯେ, ଏହି ଜବର ଦଖଲ ନେଇ ହାଇକୋର୍ଟରେ କେସ ଚାଲିଛି; ଯାହା ଡବ୍ଲୁପି(ସି) ନଂ.୯୦୯୫/୨୦୨୦ମତେ ୩୧.୦୮.୨୦୨୦ ଯାଏଁ ଶୁଣାଣି ଅବଧି ବୃଦ୍ଧି କରିଛନ୍ତି । କିନ୍ତୁ କଂଟାବାଂଜି ପ୍ରଶାସନ ଏହା ଉପରେ ବିଚାର ନ କରି ତରବରିଆ ଭାବେ ଉଛେଦ କରି ଆମ୍ଭ ପରିବାର ପ୍ରତି ଅନ୍ୟାୟ ହୋଇଛି ବୋଲି ଦିବ୍ୟାଙ୍ଗ ଝିଅ ରୂପାଲି ଏବଂ ବାପା ସୁରଜିତ ପ୍ରକାଶ କରିଛନ୍ତି । ଏହା ଉପରେ ସେ ପୁର୍ନବାର ଊଛେଦ କରିଥିବା ଅଧିକାରୀମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଉଭୟେ କହିଛନ୍ତି ।

Leave A Reply

Your email address will not be published.