ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୮୦ ପହଞ୍ଚିଲା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଆଛନ୍ତି । ପୂର୍ବରୁ ବୌଦ୍ଧ ଜିଲ୍ଲାରେ ୩୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ୮ ଜଣକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୮୦କୁ ପହଞ୍ଚିଛି । ଆଜି ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ୍‌ ଟପର୍ଣ୍ଣା ଗ୍ରାମର ୪ଜଣ, କଣ୍ଟାମାଳ ଥାନାର ଜଣେ, ବୌଦ୍ଧବ୍ଲକ୍‌ ବହିରା ଅଂଚଳର ଜଣେ ଓ ଅନ୍ୟ ଜଣେ ପୁରୁଣାକଟକର ବୋଲି ଜଣାପଡିଛି । ୮ ନମ୍ବର କରୋନା ପଜିଟିଭ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ବେଳେ ବୌଦ୍ଧ ଜିଲ୍ଲାର ବାହାରେ ରହୁଥିବା କୌଣସି ଅଧିବାସୀ ହୋଇ ଥାଇପାରନ୍ତି ବୋଲି ସନ୍ଦେହ କରୁଥିବା କଥା ସୂଚନା ଦେଇଛନ୍ତି ସିଡିଏମଓ ଡା.ତ୍ରିଲୋଚନ ପ୍ରଧାନ ।

Leave A Reply

Your email address will not be published.