ତଲିଉଡାର ପଂଚାୟତରେ ୭୨ ଘଂଟିଆ ସଟ୍‌ଡାଉନ ଘୋଷଣା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ପଂଚାୟତରେ ଆଜି ଠାରୁ ୭୨ ଘଂଟିଆ ସଟ୍‌ଡାଉନ ଘୋଷଣା ହୋଇଯାଇଛି । ସୂଚନା ଥାଉକି, ଏହି ପଂଚାୟତ ଅଧୀନସ୍ଥ ବୁରୋମୁଣ୍ଡା ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହୋଇସାରିଛି । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟ ଆଜି ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ । ତେଣୁ କରୋନା ସଂକ୍ରମଣକୁ କିପରି ରୋକା ଯାଇପାରିବ ସେଥି ପ୍ରତି ଧ୍ୟାନ ଦେଇ କୋବିଡ-୧୯ ନିୟମ ଅନୁଯାୟୀ ତଲିଉଡାର ପଂଚାୟତ ସରପଂଚ ପଦ୍ମାଳୟା ନାଗ ଚଳିତ ମାସ ୧୬ ତାରିଖ ଅର୍ଥାତ ରବିବାରରୁ ୧୮ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ସଟଡାଉନ ସମୟରେ ଜରୁରୀ ସେବା (ଔଷଧ ଦୋକାନ, ଦୁଗ୍ଧ ବିକ୍ରୟ, ଅତ୍ୟାବଶ୍ୟକ କୃଷି କାର୍ଯ୍ୟ) ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେଣୁ ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଜନସାଧାରଣ ଏହି ସଟଡାଉନ ଘୋଷଣାକୁ ମାନିବାକୁ ସରପଂଚ ଶ୍ରୀମତୀ ନାଗ ନିବେଦନ କରିଛନ୍ତି ।

Leave A Reply

Your email address will not be published.