ବରଗଡ଼ରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ନୂଆଁଖାଇ ଲଗ୍ନ ଧାର୍ୟ୍ୟ ହୋଇଛି । ଆସନ୍ତା ଅଗଷ୍ଟ ୨୨ ତାରିଖ ରାତ୍ରୀର ନିଶାର୍ଦ୍ଧ ପରେ ୨୩ ତାରିଖ ରବିବାର ସକାଳ ପୂର୍ବରୁ ଶୁନଶାନ ସମୟରେ ଦେବୀଙ୍କଠାରେ ନୂଆଁଖାଇ ଭୋଗ ଲାଗି ହେବ । ୨୩ ତାରିଖ ରବିବାର ଭାଦ୍ରବ ଶୁକ୍ଳପକ୍ଷ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନୂଆଁଖାଇ ଲଗ୍ନ ଧାର୍ୟ୍ୟ ହୋଇଛି । ସକାଳ ୯ ଟା ୩୫ ଏବଂ ସକାଳ ୧୦:୦୫ ମଧ୍ୟରେ ନୂଆଁଖାଇର ଶୁଭ ଲଗ୍ନ ସମୟ ନିର୍ଦ୍ଧାରଣ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.