
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ଓ ଲୋକ ଉନ୍ନତି ସଂଗଠନ ବଲାଙ୍ଗିରଏହାର ୧୭ଗୋଟି ଜିଲ୍ଲା ର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ମରରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ବା କମାଲ କା କ୍ୟାମ୍ପ ଆରମ୍ଭ କରିଛି । ବର୍ତମାନ ଗ୍ରୀଷ୍ମ କାଳୀନ ଛୁଟି ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ହେତୁ ପିଲାମାନେ ବିଦ୍ୟାଳୟକୁ ନ ଯାଇ ଖେଳ କୁଦ କରି ପାଠ୍ୟପୁସ୍ତକଠାରୁ ଦୂରରେ ଅଛନ୍ତି । ଏହାକୁ ଆଖିଆଗରେ ରଖି ପ୍ରତି ଗ୍ରାମମାନଙ୍କରେ ଏହି ଶିବିର ଆରମ୍ଭ କରାଯାଉଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ, ଲିଖନ ଓ ମୌଳିକ ଗଣିତ ଦକ୍ଷତାକୁ ମଜବୁତ କରିବା ସହିତ ଏବେବି ଅନେକ ପିଲା ନିଜ ଶ୍ରେଣୀର ପାଠ୍ୟକ୍ରମ ସ୍ତର ପର୍ୟ୍ୟନ୍ତ ପହଂଚିବାରେ ସକ୍ଷମ ନାହାନ୍ତି ଯାଦ୍ୱାରା ପାଠ ଶିଖୁବା, ଲେଖୁବା, ଚିନ୍ଧିବା ଓ ପଢିବାରେ ପିଲାମାନଙ୍କ ଭିତରେ ତାରତମ୍ୟ ଦେଖାଦେଉଛି କାରଣ ଚତୁର୍ଥ ଶ୍ରେଣୀ ପିଲାଟିଏ ତାର ପୂର୍ବ ଶ୍ରେଣୀ ଅର୍ଥାତ ତୃତୀୟ ଶ୍ରେଣୀ ପାଠ ପଢିବା ପାଇଁ ସକ୍ଷମ ନୁହେଁ, ଏହି ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ସଂଗଠନ ତରଫରୁ ଏହି ଶିବିରର ଆୟୋଜନ କରାଯାଉଛି । ଏଣୁ ବଲାଙ୍ଗିର ଜିଲ୍ଲା ମହିଳା ଶ୍ରମଜୀବୀ ଓ ଲୋକ ଉନ୍ନତି ସଂଗଠନ ପ୍ରୟାସରେ ଜିଲ୍ଲାର ୯ ଗୋଟି ବ୍ଲକରେ ପ୍ରାୟ ୧୦୦୦ ଶହରୁ ଉର୍ଦ ଗ୍ରାମମାନଙ୍କରେ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଶିବିର ଆରମ୍ଭ କରାଯାଉଛି । ଏଥି ସହିତ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଇ ସେମାଙ୍କର ପଞ୍ଜିକରଣ କରିବା ସହିତ ମ୍ୟାପିଙ୍ଗ, ପ୍ରୋଫାଇଲ ମଧ୍ୟ କରାଯାଉଛି । ଏହି ଶିବିରଗୁଡିକ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ପ୍ରତେକ ସପ୍ତାହରେ ଅଲଗା ଅଲଗା ପାଠ୍ୟକ୍ରମ ରହିଛି, ଯେମିତି କିଛି ଅକ୍ଷର ଚିହ୍ନିବା, ବାକ୍ୟଗଠନ କରିବା ଓ ପଢିବା, ଗାଣିତିକ ଦକ୍ଷତା ମଧ୍ୟରେ ନମ୍ବର ଚିହ୍ନିବା, ମିଶାଣ ଓ ଫେଡ଼ାଣ କରିବା, ନାଚ ଗୀତ, ଗଳ୍ପ ମଧ୍ୟ ରହିଛି । ବିଦ୍ୟାଳୟ ଖୋଲିବା ପରେ ପିଲାମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା ସହିତ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ମଧ୍ୟ ହୋଇପାରିବ ।