ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଂକୁଳ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧରେ ୨୧ ତମ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନ୍ଧାରିବାଞ୍ଜି ସରପଞ୍ଚ ପ୍ରତିନିଧି ରମେଶ ସାହୁ, ସମ୍ମାନିତ ଅତିଥିଭାବେ ଗଜବନ୍ଧ ପଞ୍ଚାୟତ ସମିତି ସଭ୍ୟା ସନ୍ତୋଷିନୀ ମୁଦୁଲି, ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଡ଼ୋଳାମଣି ସେଠ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ ଅତିଥି ପରିଚୟ, ଉଦ୍ଦେଶ୍ୟ କଥନ ଓ ଶାରୀରିକ ପ୍ରଦର୍ଶନ କରାଇଥିବାବେଳେ ଗୁରୁମା ଗାୟତ୍ରୀ ପଧାନ ଅଭିବାଦନ ସଞ୍ଚଳନ ଓ ସଂଯୋଜନା କରିଥିଲେ । ଦୌଡ଼, ଲମ୍ବଡ଼ିଆଁ ଓ ଉଚ୍ଚଡିଆଁ ପ୍ରତିଯୋଗିତାରେ ଗୌତମ ଗୁରୁଜୀ, ସଉକି ନାଏକ, କୌଶଲ୍ୟା ବଢ଼େଇ, ନିରୁପମା ରାଏ, ମମତା ବିଶି, ସେଲୋନୀ କର୍ଣ୍ଣ, ମାନସୀ ମାଝୀ ଗୁରୁମା ଓ ଗୋଳା ଫିଙ୍ଗା ପ୍ରତିଯୋଗିତାରେ ନିଳାବତୀ ଥପା ଗୁରୁମା, ଲିଙ୍ଗରାଜ ପୁଟେଲ ଗୁରୁଜୀ, ଶତୃଘ୍ନ ସାହୁ ଗୁରୁଜୀ ଓ ସେବକ/ସେବିକା ସହଯୋଗ କରିଥିଲେ । ସମାରୋପ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡୁଙ୍ଗୁରିପାଲି ସଂକୁଳ ପ୍ରମୁଖ ବଳରାମ ପଧାନ, ସମ୍ମାନିତ ଅତିଥିଭାବେ ଗଜବନ୍ଧ ସରପଞ୍ଚ ବାସନ୍ତିଖେତି, ଅନ୍ଧାରିବାଞ୍ଜି ସରପଞ୍ଚ ତେଜମୟୀ ସାହୁ, ଗଜବନ୍ଧ ସମିତି ସଭ୍ୟା ସନ୍ତୋଷିନୀ ମୁଦୁଲି, ପଧାନପାଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଭାଗିରଥି ମେହେର, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଷ ବରିହା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ ଅତିଥି ପରିଚୟ ସହ ବୃତ୍ତ କଥନ କରିଥିବା ବେଳେ ଗୌତମ ଭୋଇ ପୁରସ୍କାର ବିତରଣ ପରିଚାଳନା, ଲିଙ୍ଗରାଜ ପୁଟେଲ ପ୍ରମାଣପତ୍ର ଲିଖନ, ଗାୟତ୍ରୀ ଗୁରୁମା ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ରେ ୧୨୦ ଜଣ କୃତି ଭାଇ ଭଉଣୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ବାଳ ବର୍ଗରେ ଭଉଣୀ ମାମି ବଘାର ଓ ଭାଇ ଲବ ମହାକୁର, ଶିଶୁ ବର୍ଗରେ ଭାଇ ଆର୍ଯ୍ୟନ ନାଏକ, ଅଂଶୁମାନ ପଧାନ ଓ ଭଉଣୀ ଖୁସିରାଣୀ ଭୁଏ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.