ଖରସେଲପଡାରେ ବାହାଘର ଭୋଜି ପରଷୁଥିବା ସମୟରେ କରେଣ୍ଟ ଲାଗି ଜଣେ ମୃତ


ବଲାଙ୍ଗିର, (କେପିଏନଏସ) : ବାହାଘର ଭୋଜି ପରଷୁଥିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ଜଣେ ମୃତ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ଖରସେଲପଡାରେ | ରାତିରେ କ୍ଷମା ସାହୁଙ୍କ ଝିଅ ଙ୍କ ବାହାଘର ଥିଲା | ଅନ୍ୟ ବନ୍ଧୁବାନ୍ଧବ ଙ୍କ ସହିତ ନିଜ ସମ୍ପର୍କୀୟ ଘରକୁ ବାହାଭୋଜୀ ଖାଇବା ପାଇଁ ଆସିଥିଲେ ଦେଓଗାଁ ବ୍ଲକ ବହଲି ଗାଁ ର ଗୋକୁଳ ସାହୁ | ବାହାଘର ଭୋଜି ପରଷୁଥିବା ସମୟରେ ଏକ ଲୁହା ଖମ୍ବକୁ ହାତରେ ଧରି ଦେଇଥିଲେ | ସଙ୍ଗେ ସଙ୍ଗେ କରେଣ୍ଟ ଲାଗି ଗୋକୁଳ ଙ୍କ ଜୀବନ ଚାଲିଯାଇଥିଲା | ଲୁହା ଖୁଣ୍ଟରେ ଏକ ହେଲୋଜେନ ଲାଇଟ ଲଗାଯାଇଥିଲା | ସେହି ଲାଇଟ ରୁ ସାର୍ଟ ସର୍କିଟ ହୋଇ କରେଣ୍ଟ ଲାଗିଥିବା ଅନୁମାନ କରାଯାଉଛି | ଟାଉନ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି | ମୃତକଙ୍କ ପରିବାର ଭିତରେ ଶୋକର ଛାୟା ଖେଳିଯାଇଛି | ମୃତ ଗୋକୁଳ ଜଣେ ପାଇପ ମିସ୍ତ୍ରୀ ବୋଲି ଜଣାପଡିଛି ।

Leave A Reply

Your email address will not be published.