oom

ମମିତା ମେହେର ହତ୍ୟାଘଟଣାକୁ ନେଇ କେଶରୀୟା ହିନ୍ଦୁ ବାହିନୀର ସାମ୍ବାଦିକ ସମ୍ମିଳନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍‌ ସମୟରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବଳଦେବ ବେଦବାଗ୍‌ଙ୍କ ଉପସ୍ଥିତିରେ ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଏବଂ ଏହି ଘଟଣାରେ ସରକାରୀ ଦଳର ନେତା, ମନ୍ତ୍ରୀ ଏବଂ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ତଦନ୍ତ ବାଟବଣା ହେଉଛି ତଥା ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଯଥାଶୀଘ୍ର ବହିଷ୍କାର କରିବା ସହ ସେମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ଏବଂ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଉକ୍ତ ଦାବୀଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ସୋନପୁର ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ଜିଲ୍ଲାସଚିବ ବିଶ୍ୱଜିତ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ, ପ୍ରଦୀପ ସାହୁ, ବୁଲୁ ପର୍ଦିଆ, ପ୍ରଦୀପ ସାହୁ, କବି ସାହୁ, ସନଥ ପାତ୍ର, ଗଣେଶ ରଥ, ଭାସ୍କର ରାଓ, ଅଂଶୁମାନ ପଟେଲ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.