oom

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ : ଗାଧୋଇବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା

jsmm

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ । ମୃତ ମହିଳାଙ୍କ ନାଁ କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ଅଭିଯୋଗ ମହିଳା ଜଣକ ଗାଧୋଇବାକୁ ଯାଇଥିବାବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଛି । ସୂଚନା ଅନୁଯାୟୀ, ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡ଼ିହା ଜୋରକୁ ଗାଧେଇବାକୁ ଯାଇଥିଲେ କାଜଲ । ହେଲେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବାରୁ ଜୋର ନିକଟରେ ତାଙ୍କର କପଡ଼ା ମିଳିଥିଲା । ଏମିତିରେ ତାଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରିବା ସହ ଗ୍ରାମବାସୀ ନଦୀରେ ଖୋଜାଖୋଜି କରିଛନ୍ତି । ହେଲେବି ମହିଳାଙ୍କ ପତ୍ତା ମିଳିନାହିଁ । ତେବେ ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ମଧ୍ୟ ସହାୟତା ନିଆଯାଇଛି । ଗତବର୍ଷ ମଧ୍ୟ ଏଠାରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

jittmm
Leave A Reply

Your email address will not be published.