oom

ବିଶ୍ୱ ଏଡ୍‌ସ୍‌ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଶ୍ୟାମସୁନ୍ଦର ଦାଶଙ୍କ ନିର୍ଦ୍ଦେଶରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଡିଆର୍‌ ବିଲ୍‌ଡିଂର ସଭାଗୃହ ଠାରେ ବିଶ୍ୱ ଏଡ୍‌ସ୍‌ ଦିବସ ଉପଲକ୍ଷେ ଅନ୍‌ ଲାଇନ୍‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚିକିତ୍ସାଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସାଇ ସଂସ୍ଥାର କାର୍ଯ୍ୟକ୍ରମ ପରିଚାଳକ ଅରୁଣ କୁମାର ପାଢ଼ୀ ଯୋଗ ଦେଇ ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହା ସହିତ ସମାଜରେ ଥିବା ପୀଡ଼ିତ ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ରୋଗ ନିରାକରଣର ବାର୍ତ୍ତା ପ୍ରଦାନ କରିଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ପ୍ରାଧିକରଣର ବିଭିନ୍ନ ଯୋଜନା ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

jittmm
Leave A Reply

Your email address will not be published.