oom

କନକଙ୍କ ଗଡରେ ସରୋଜଙ୍କ ଦବ୍‌ଦବା : ୩ଟି ବ୍ଲକରେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ନିଦ୍ୱର୍ନ୍ଦରେ ନିର୍ବାଚିତ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ରାଜ୍ୟ ରାଜନୀତିରେ ସବୁ ସମୟରେ ଚର୍ଚ୍ଚାରେ ଆସିଥାଏ ପାଟଣାଗଡ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ବିଜେପି ଗଡ ହିସାବରେ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନ ସମୟରୁ ସବୁ ଓଲଟ ପାଲଟ ହୋଇଯାଇଛି । ବିଜେପିର ଗଡ ହିସାବରେ ଥିବା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକଙ୍କ ଗଡରେ ବିଜେଡି ଧସେଇ ପଶିବା ସହ ବିଧାୟକ ସରୋଜ ମେହେରଙ୍କ ଦବ୍‌ଦବା ରହିଥିବା ପୁଣି ପ୍ରମାଣିତ ହୋଇଛି ଏହି ପଂଚାୟତ ନିର୍ବାଚନରେ । ନିକଟରେ ସମାପ୍ତ ହୋଇଥିବା ପଂଚାୟତ ନିର୍ବାଚନରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଯଥା ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ବ୍ଲକଗୁଡିକରେ ବିଜେଡି ସମର୍ଥିତ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ନିଦ୍ୱର୍ନ୍ଦରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପାଟଣାଗଡ ବ୍ଲକରେ ନୀଳକାନ୍ତ ବାଗ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ବେଳପଡା ବ୍ଲକରେ ବ୍ଲକ ଅଧ୍ୟକ୍ଷା ଭାବରେ ଟିନା କୁମ୍ଭାର ଏବଂ ଖପ୍ରାଖୋଲ ବ୍ଲକରେ ନିରୁପମା ପଟେଲ ବ୍ଲକ ଅଧ୍ୟକ୍ଷା ଭାବରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ବିଜୟକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିବା ବେଳେ ବିଧାୟକ ସରୋଜ ମେହେର ମଧ୍ୟ ଏହି ବିଜୟର ସମସ୍ତ ଶ୍ରେୟ ସ୍ଥାନୀୟ କର୍ମୀଙ୍କୁ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ପାଇଁ ଲୋକେ ବିଜେଡିକୁ ସମର୍ଥନ କରିଥିବା କହିଛନ୍ତି ।

jittmm
Leave A Reply

Your email address will not be published.