oom

ଲଇଡା ବଳିଯାତ୍ରା ପାଇଁ ପୂଜା କମିଟି ଗଠନ

jsmm

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଳିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୭୭୦ ମସିହାରୁ ଲଇଡାରେ ଅନୁଷ୍ଠିତ ହୋଇ ଆସୁଥିବା ବଳିଯାତ୍ରା ଆୟୋଜନ ଏବଂ ପରିଚାଳନା ପାଇଁ ପୂଜା କମିଟି ଗଠନ କରାଯାଇଛି । ସମଲେଶ୍ୱରୀ ମନ୍ଦିର ସ୍ଥାୟୀ କମିଟିର ଉପସଭାପତି ଗୋପବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଅକ୍ଟୋବର ୯ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ବଳିଯାତ୍ରା ପାଇଁ ସର୍ବସମ୍ମତି କ୍ରମେ ନୂତନ ପୂଜା କମିଟି ଗଠନ କରାଯାଇଛି । କମିଟିରେ ପ୍ରକାଶ ପୃଷ୍ଟି, ପ୍ରେମଦୀପ ସାହୁ (ପିଣ୍ଟୁ) ଏବଂ ରାଜେଶ ପୃଷ୍ଟିଙ୍କୁ ନେଇ ସର୍ବସମ୍ମତି କ୍ରେମ ସଭାପତି ମଣ୍ଡଳୀ ଗଠନ କରାଯାଇଥିବା ବେଳେ ତପନ ବେହେରା, ଡିଲେଶ୍ୱର ରଣା, କବିର ଶରଣ ନାଏକଙ୍କୁ ଉପସଭାପତି ରୂପେ ମନୋନୀତ ହୋଇଛନ୍ତି । ସନ୍ଦେଶ ପୃଷ୍ଟି ଅନୀଲ କୁମାର ପଟେଲ, ସନ୍ତୋଷ ପ୍ରଧାନ ସମ୍ପାଦକ ମନୋନୀତ ହୋଇଛନ୍ତି । ରାହୁଲ ପଟୁଆ, ବାବୁଲୁ ପ୍ରଧାନ, ସୌରଭ ମହାପାତ୍ର, ବିବେକ ତିୱାରୀ, ସୁଜର ସରାଫ ସହସମ୍ପାଦକ ଏବଂ ଭବାନୀ ଶଙ୍କର ସାହୁ (ବାଲୁ)ଙ୍କୁ ସର୍ବସମ୍ମତି କ୍ରମେ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଛି । ବୈଠକରେ ସ୍ଥାୟୀ କମିଟିର ସମ୍ପାଦକ ସଲିଲ ନାଏକ, ସହସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଭୋଇ, ବୀରେନ୍ଦ୍ର ନାଏକ, ସନ୍ତୋଷ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିୱାରୀ, ସମିତି ସଭ୍ୟା ସଞ୍ଜିବନୀ ବେହେରା ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ବଳିଯାତ୍ରା ଆୟୋଜନ ବ୍ୟାହତ ହୋଇଥିବାରୁ ଚଳିତ ବର୍ଷ ବଳିଯାତ୍ରା ଆୟୋଜନ ଅଧିକ ଲୋକାଭିମୁଖି ଏବଂ ଆକର୍ଷଣୀୟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବାର ପ୍ରକାଶ

jittmm
Leave A Reply

Your email address will not be published.