ମା’ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା : ୫ ହଜାରରୁ ଅଧିକ ମହିଳାଙ୍କ ସମାଗମ

ମୁନିଗୁଡା, (ରମାକାନ୍ତ ପଢାଲ) : ମହିଳା କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଜା ସହ ବେଣ୍ଡବାଜା ଶୋଭାଯାତ୍ରାରେ ମହିଳାମାନେ ପବିତ୍ର ଜଳକୁ କଳସୀରେ ଧାରଣ କରି ମାଁଙ୍କ ନିକଟରେ ସମର୍ପଣ କରିଥିଲେ । ଫଳରେ ଅମ୍ବାଦଳା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ମା’ଙ୍କ ଏହି ଆବହାନି ଯାତ୍ରାରେ ରାଜ୍ୟ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଗଣ୍ଡ ଓ ସ୍ଥାନୀୟ ବିଧାୟକ ନୀଳମାଧବ ହିକକା ଯୋଗଦେଇ ମା’ଙ୍କ କୃପା ଲାଭ କରିଥିଲେ । ଶ୍ରଦ୍ଧାଳୁ ମାନଙ୍କ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ମହାଆଡମ୍ବରରେ ପାଳନ କରିବା ପାଇଁ ପୂଜା କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ପାଇଁ ବୁଗୀ ୱଗୀ ନୃତ୍ୟ, ମିନା ବଜାର, ଅପେରା ମେଲୋଡି ଆଦି ମୁଖ୍ୟ ଆକର୍ଷଣ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଉମେଶ ସାମନ୍ତଙ୍କ ତତ୍ତ୍ଵାବଧାନରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପୂଜାର କର୍ତ୍ତା ଭାବେ ଶିବାଶିଷ ପାଣିଗ୍ରାହୀ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ଉଭୟ ସିନିୟର୍ ଓ ଜୁନିୟରଙ୍କ ମଧ୍ୟରେ ବୁଗୀ ବୁଗି ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ସିନିୟର୍ ଦଳର ପ୍ରଥମ ବିଜେତାଙ୍କୁ ୨୧ ହଜାର ଏକ ଟଙ୍କା, ଦ୍ୱିତୀୟ ବିଜେତାଙ୍କୁ ୧୬ ହଜାର ଏକ, ସେହିପରି ତୃତୀୟ ବିଜେତାଙ୍କୁ ୧୧ ହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯିବା ଘୋଷଣା କରାଯାଇଥିବା ବେଳେ ଜୁନିୟର ଡ୍ୟାନ୍ସ ଦଳର ପ୍ରଥମ ବିଜେତାଙ୍କୁ ୧୬ ହଜାର ଏକ, ଦ୍ୱିତୀୟ ବିଜେତାଙ୍କୁ ୧୧ ହଜାର ଏକ, ସେହିପରି ତୃତୀୟ ବିଜେତାଙ୍କୁ ୮ହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯିବା ପାଇଁ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.