
ଅମରପାଲି, (କେପିଏନ୍ଏସ୍) : ବୀରମହାରାଜପୁର ବ୍ଳକ ଖଣ୍ଡହତାରେ ୧୫ ତମ ଗଜଲକ୍ଷ୍ମୀ ପୂଜାର ଜଳନ୍ଧର ଦରବାର ପାଇଁ କଳାକାର ବରଣ ହୋଇଛି । କମିଟିର ସଭାପତି ରୁଦ୍ର ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଆଶୁତୋଷ ପଣ୍ଡା, ଉପ ସମ୍ପାଦକ ପ୍ରଦୀପ ମାଝି, ମଧୁସୂଦନ ମହାକୁର, ସୁବାସ ପଧାନ, ସିକେନ ଭୁକ୍ତା ପ୍ରମୁଖ ଜଳନ୍ଧର ଭୂମିକାରେ ଅଭିନୟ କରିବା ପାଇଁ ଗୋପାଳ ଦାସଙ୍କୁ ବରଣ କରିଛନ୍ତି । ଆସନ୍ତା ୨୭ ତାରିଖରୁ କାର୍ଯ୍ୟକ୍ରମ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିିଛି ।