ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ଥାନ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ କାବ୍ୟ ସଂଧ୍ୟା ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରିଷଦର ମୁଖ୍ୟ ଶୈଳେନ୍ଦ୍ର ମାରୋଠିଆ(ପମି) ଅମର ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ପରିଷଦ ତାର ୫୦ବର୍ଷ ପୁରଣ କରୁଥିବାରୁ ସ୍ୱର୍ଣ୍ଣ ଜୟନ୍ତୀ କମିଟି ଗଠନ କରାଯାଇଛି । ଗୋପାଳ ବାଗାଡିଆ ଏହାର ମୁଖ୍ୟ ରହିଛନ୍ତି । ଏହି ଅବସରରେ ପରିଷଦ ୫୦ଟି ଲୋକାଭିମୁଖି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛି । ଯେଉଁଥିରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର, ଚକ୍ଷୁ ଚିକିତ୍ସା, ଆୟୁର୍ବେଦ କ୍ୟାମ୍ପ, ଶିଶୁ ଦିବସ ପାଳନ ଅବସରରେ ଅନାଥାଶ୍ରମରେ ଖାଦ୍ୟ ବିତରଣ, ଖାତା ଓ କଲମ ବଣ୍ଟନ, ମକର ସଂକ୍ରାନ୍ତିରେ ଖିଚିଡି ତଥା କମ୍ବଳ ବଣ୍ଟନ ଆଦି ଅନ୍ତର୍ଭୁକ୍ତ । ଆଗାମୀ ଦିନରେ ଏହା ବଜାୟ ରହିବ ବୋଲି ଶ୍ରୀ ମାରୋଠିଆ ପ୍ରକାଶ କରିଥିଲେ । ଏହା ସହ ଆସନ୍ତା ୧୨ ତାରିଖ ଦିନ ସଂଧ୍ୟା ୭ ଘଟିକା ସମୟରେ ଜେଲରୋଡ ନିକଟସ୍ଥ ଗ୍ରୀନପାମ୍ ଠାରେ କାବ୍ୟ ସଂଧ୍ୟା ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ, ବିହାର, ମହାରାଷ୍ଟ୍ରରୁ କଳାକାରମାନେ ଯୋଗ ଦେଇ ସଂଗୀତ ପରିବେଷଣ କରିବେ । ପ୍ରତିଷ୍ଠିତ ଗାୟକଙ୍କ ମଧ୍ୟରେ ଶ୍ରୀକାନ୍ତ ଯାଦବ, ବିନିତ୍ ଚୌହାନ, ଦିନେଶ ବାୱରା, ହେମନ୍ତ ପାଣ୍ଡେ, ମୋନିକା ଦୁବେ, ସୁନିଲ ବ୍ୟାସ ପ୍ରମୁଖ ଅଛନ୍ତି । ଏହାକୁ ବହୁ ସଂଖ୍ୟାରେ ଉପଭୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପୱନ ଗିରିଆ, ଗୋପାଳ ଖେମାନୀ, ପୱନ ଖେମାନୀ, ପୱନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.