ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ଚନ୍ଦାହାଣ୍ଡି : ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ନବରଙ୍ଗପୁ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ସେମଲାଗୁଡା ଗ୍ରାମର ୨୨ ବର୍ଷୀୟ ପ୍ରଦୀପ ଜଗତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ୨ଟାରେ ଏକ ମହୁଲ ଗଛରେ ପ୍ରଦୀପଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ତାଙ୍କ ବାପା ଚନ୍ଦାହାଣ୍ଡି ପୁଲିସକୁ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦହାଣ୍ଡି ଥାନା ଆଇଆଇସି ଉମେଶ ଚନ୍ଦ୍ର ନାୟକ ଏସ୍‌ଆଇ ଖଗେଶ୍ୱର ଖୋସଲାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏସ୍‌ଆଇ ଖୋସଲା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave A Reply

Your email address will not be published.