centurian jitm

ଧାନ ବିଲକୁ ଯାଇଥିଲେ ବୃଦ୍ଧ : ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

କଟକ : କଟକ ଜିଲ୍ଲା ବାଙ୍କୀ କୁଶପଙ୍ଗୀ ଗାଁରେ ଅଘଟଣ । ଧାନ ବିଲକୁ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କୁଶପଙ୍ଗୀ ଗାଁର ଗନ୍ଧର୍ବ ଘଡେଇ (୬୦) ବୋଲି ଜଣାପଡ଼ିଛି । ବିଦ୍ୟୁତ ବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ସବୁଦିନ ଭଳି ଶନିବାର ସକାଳୁ ଗନ୍ଧର୍ବ ଗହିରରେ ଥିବା ନିଜ ଧାନ ବିଲକୁ ଦେଖିବା ପାଇଁ ଯାଇଥିଲେ । ହଠାତ୍‌ ବିଲ ହୁଡ଼ାରୁ ତାଙ୍କ ଗୋଡ଼ ଖସିଯାଇଥିଲା । ଯାହାଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ଏହି ସମୟରେ ତାଙ୍କ ସାଥୀରେ କେହି ନଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲେ । ତେବେ ସକାଳୁ ସକାଳୁ ଗାଁର ଅନ୍ୟ ଲୋକମାନେ ବିଲକୁ ଯିବାବେଳେ ଗନ୍ଧର୍ବଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବିଦ୍ୟୁତ ବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.