କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରକ୍ତର ଘୋର ଅଭାବ ଦେଖାଦେଇଛି । ପ୍ରତିଦିନ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରକ୍ତର ମଧ୍ୟ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଜି ପାଞ୍ଚ ଜଣ ରୋଗୀଙ୍କୁ ରକ୍ତର ଜରୁରୀ ଆବଶ୍ୟକତା ପଡିଥିଲା । ଏହି ଖବର ପାଇବା ପରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସୋସିଆଲ ମିଡ଼ିଆର ବିଭିନ୍ନ ଗ୍ରୁପରେ ରକ୍ତର ଆବଶ୍ୟକତା ଅଛି ବୋଲି ବାର୍ତା ଦେଇଥିଲେ । ଖବର ଜାଣିବା ପରେ ସ୍ୱଇଛ୍ଛାରେ କିଛି ରକ୍ତଦାତା ଆଶିଷ ଜୈନ, ପରମାନନ୍ଦ ପୁଟେଲ, ଅଜୟ ଅଗ୍ରୱାଲ, ବିକାଶ ବାଗ, ସୁମିତ ଶର୍ମା ଆଦି ବି ନେଗେଟିଭ, ବି ପୋଜିଟିଭ ଓ ପୋଜିଟିଭ, ଏଟୁ ପୋଜିଟିଭ ରକ୍ତ ଦେଇଥିଲେ । ଅଶୁରଲା ଗ୍ରାମର ପାୟଲ ନାଗ, ଅହଲ୍ୟ ସାହୁ, ଘୁମେର, ଝିକିଡୁଙ୍ଗୁରି, କଣ୍ଟାବାଞ୍ଜିର ରୋଗୀମାନେ ରକ୍ତ ପାଇଥିଲେ । ଏହି ମହତ କାର୍ଯ୍ୟରେ ସମାଜସେବୀ ରବିନାରାୟଣ ଅଗ୍ରୱାଲ, ଆଶିଷ ଖୈତାନ, ସଂଗ୍ରାମ ତ୍ରିପାଠୀ ଆଦି ସହଯୋଗ କରିଥିଲେ । ରକ୍ତ ସଂଗ୍ରହ ବେଳେ ଡାକ୍ତର ଏସ.ପି.ଡି.ପଣ୍ଡା ଏବଂ ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ ।