jayashree

କଣ୍ଟାମାଳ ବନାଞ୍ଚଳରେ ଝିଙ୍କ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲୀ ଝିଙ୍କ ଜବତ କରାଯାଇ ରାଧାକାନ୍ତ ସେଠୀକୁ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ର ଧାରା ୬, ୩୯ (ଖ) (୧) ଅନୁଯାୟୀ ଏକ କେଶ ନଂ . ୫୭ (କେ) ୨୦୨୧ – ୨୨ କଣ୍ଟାମାଳ ବନାଞ୍ଚଳରେ ରୁଜୁ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଉଛି । ଏହି ଚଢାଉରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ କୁମାରୀ କ୍ଷିରାବ୍ଧି ପ୍ରଧାନ, କଣ୍ଟାମାଳ ବନପାଳ ପ୍ରକାଶ ସେଠୀ, ବରପଦର ବିଟ୍ ବନରକ୍ଷୀ ବେବି ମିଶ୍ର ଓ ସେହି ରେଞ୍ଜର ଫରେଷ୍ଟ ସ୍କାର୍ଡ ଭାଗ ନେଇଥିଲେ । ସୁଳିଆ ସଂରକ୍ଷିତ ଜଙ୍ଗଲରୁ ଶିକାର ଉଦ୍ଦେଶ୍ୟରେ ଏହି ଝିଙ୍କ ଧରି ରାଧାକାନ୍ତ ଘରେ ରଖିଥିବା ବନବିଭାଗ ତଦନ୍ତରୁ ଜାଣିବାକୁ ପାଇଛି ।

Leave A Reply

Your email address will not be published.