oom

ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗୀର, (ଦେବାଶିଷ ମିଶ୍ର‌): ଭାରତ ବର୍ଷରେ ନାରୀ ଶିକ୍ଷାର ଆଦ୍ୟ ମୂଳଦୁଆ ପକାଇଥିଲେ ସାବିତ୍ରୀ ବାଇ ଫୁଲେ । ଶିକ୍ଷା ରୂପକ ଜ୍ଞାନର ଆଲୋକରେ ନିଜେ ଆଲୋକିତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଆଲୋକିତ କରି ପାରିଥିଲେ ବୋଲି ସ୍ଥାନୀୟ ସାଂବାଦିକ ଭବନ ଠାରେ ଗଣ୍ଡାବଜା ସାପ୍ତାହିକ ପତ୍ରିକା ତରଫରୁ ଆୟୋଜିତ ହୋଇଥିବା ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଗଣ୍ଡାବଜା ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ସୁଧାକର ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଜୟଶ୍ରୀ ସାହୁ, ଅନ୍ୟତମ ବକ୍ତା ଭାବରେ ଅଧ୍ୟାପକ ଜିତ୍ରେନ୍ଦ୍ର ସୁନା, ସମ୍ମାନୀତ ଅତିଥି ଭାବେ ଗବେଷକ ଜୟଦୀପ, ଗୋଁଣ୍ଡ ସମାଜର ଅଖିଳ ଭାରତୀୟ କମିଟିର ସଭ୍ୟ ଗଣେଷ ମାଝି ଓ ସମାଜସେବୀ ସୁଷମା ବଏ ପ୍ରମୁଖ ଯୋଗ ଦେଇଥିଲେ । କୁନା ବାଗ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ସାବିତ୍ରୀ ବାଇ କେବଳ ନାରୀଶିକ୍ଷା ପାଇଁ କାମ କରିନଥିଲେ ବରଂ ସମାଜରେ ଥିବା କୁସଂସ୍କାର ବିରୁଦ୍ଧରେ ମଧ୍ୟ ପ୍ରଭାବୀ ଲଢେଇ କରିଥିଲେ । ତକ୍ରାଳୀନ ସମୟରେ ତାଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରକୁ ସେ ଖାତିର ନ କରି ବରଂ ଏହା ଏକ ସମ୍ମାନ ବୋଲି ଗ୍ରହଣ କରି ସାମଜ ହିତରେ କାମ କରି ଚାଲିଥିଲେ । ତାଙ୍କର ପ୍ରାସଙ୍ଗିକତା ଅତୀତରେ ମଧ୍ୟ ଥିଲା, ଆଜି ମଧ୍ୟ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ ବୋଲି ମୁଖ୍ୟ ଅତିଥି କହିଥିଲେ । ମାତ୍ର ୯ ବର୍ଷ ବୟସରେ ବିବାହ କରିଥିବା ସାବିତ୍ରୀ ବାଇ ପରବର୍ତ୍ତି ସମୟରେ ନିଜେ ପାଠ ପଢିବା ସହିତ ପାଠ ପଢାଇବା ପାଇଁ ତାଲିମ ନେଇଥିଲେ ଓ ନିଜେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଶୁଦ୍ର ତଥା ବାଳିକାମାନଙ୍କୁ ଶିକ୍ଷା ଦେବାର ଆରମ୍ଭ କରିଥିଲେ ବୋଲି ମୁଖ୍ୟବକ୍ତା ଶ୍ରୀମତୀ ସାହୁ କହିଥିଲେ । ଶିକ୍ଷାକୁ ସାର୍ବଜନୀନ କରିବା ତଥା ଶିକ୍ଷାକୁ ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରିବା ପାଇଁ ବାସ୍ତବରେ ପ୍ରଥମ ଲଢେଇ ଆରମ୍ଭ କରିଥିଲେ ସାବିତ୍ରୀ ବାଇ । ମାନବିକ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ସେ ପ୍ରଥମେ ଲଢେଇ କରିଥିଲେ ବୋଲି ଅନ୍ୟତମ ବକ୍ତା ଶ୍ରୀ ସୁନା କହିଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ପରିବର୍ତ୍ତନ ଆଣି ପାରିଲେ ସାବିତ୍ରୀ ବାଇଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅନ୍ୟତମ ଅତିଥି ଜୟଦୀପ, ଶ୍ରୀ ମାଝି ଓ ସୁଷମା ବଏ ପ୍ରମୁଖ କହିଥିଲେ । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଗୋଁଣ୍ଡ ସମାଜର ପ୍ରଥମ ଡାକ୍ତର ସସ୍ମିତା ମାଝିଙ୍କୁ ସାବିତ୍ରୀ ବାଇ ଫୁଲେ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ମେଧାବୀ ଛାତ୍ରୀ ସଲୋନୀ ଛତ୍ରିଆ, ମନୀଷା ସୁରୁଜାଲ, ଶିକ୍ଷୟିତ୍ରୀ କୁମୁଦିନୀ ସା ଓ କବି ଅଶ୍ୱିନୀ ବାଗଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ହେମ ସୁନ୍ଦର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.