jayashree

କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି

ବାଲେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢୁଥିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ କରେନାରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା । ସେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ଓ୍ଵାର୍ଡରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ଇଷ୍ଟର୍ଣ୍ଣ ଅପେରା ପରେ ମଞ୍ଚ ମଞ୍ଜରୀରେ ନିଜ ଅଭିନୟର ଯାଦୁ ଦେଖାଇ ପ୍ରଶଂସା ସାଉଁଟିଥିବା ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ । ଗତ କିଛି ଦିନ ତଳେ ତୃପ୍ତି ଏବଂ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା କରୋନା ସଂକ୍ରମିତ ହୋଇ ବାଲେଶ୍ଵର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଦୁଇ ଦିନ ତଳେ ତୃପ୍ତି ପଣ୍ଡାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପରଲୋକ ଘଟିଛି । ତେବେ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା ଏବେ ବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.