oum

ବିପୁଳ ପରିମାଣର ମଦ ଜବତ

jsm

କେନ୍ଦ୍ରାପଡ଼ା : ଚୋରା ମଦ ବିକ୍ରି ବେଳେ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ବିଗତ କିଛିଦିନ ହେବ ମାର୍ଶାଘାଇ ପୁଲିସ ନିଶା ଧରପଗଡ଼ ଅଭିଯାନ ଜୋରଦାର କରିଛି । ମଙ୍ଗଳବାର ସନ୍ଧ୍ୟାରେ ମାର୍ଶାଘାଇ ଲକ୍ ଛକରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବା ବେଳେ ଏଏସ୍ଆଇ ଲୋଭାବତୀ ସାହୁଙ୍କ ନେତୃତ୍ୱରେ ପୋଲିସ ଚଢାଉ କରିଛି । ଚୋରା ମଦ ବିକ୍ରି ଅଭିଯୋଗରେ ପୋଲିସ ସ୍ଥାନୀୟ ଅଞ୍ଚଳର ଭାସ୍କର ଜେନା ଓରଫ ହଗନାଙ୍କୁ ଗିରଫ କରିଛି । ଭାସ୍କରଙ୍କ ଠାରୁ ପ୍ରାୟ ୧୧ ଲିଟର ମଦ ଜବତ ହୋଇଛି ପୋଲିସ ।

Leave A Reply

Your email address will not be published.