om academy

ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ : ହାବିଲଦାର ମୃତ

jsm

ଫୁଲନଖରା : କାଠଯୋଡ଼ି ପଠାରେ ବାଣ ନିଷ୍କ୍ରିୟ କରିବାକୁ ଯାଇ ଜଣେ ପୁଲିସ ହାବିଲଦାରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ହାବିଲଦାର ହେଉଛନ୍ତି କଟକ ଜଗତପୁର ପୀର ବଜାର ଅଞ୍ଚଳର ପ୍ରଦୀପ ମଲ୍ଲିକ (୪୫) । ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀ ପଠାରେ ସଦର ଥାନା ଦ୍ୱାରା ଜବତ ହୋଇଥିବା ବାଣକୁ ନିଷ୍କ୍ରିୟ କରିବାକୁ ପଦକ୍ଷେପ ନିଆଯାଇଥିଲା । ହାବିଲଦାର ପ୍ରଦୀପ ମଲ୍ଲିକ ଓ ତାଙ୍କ ସହିତ ଅନ୍ୟ ପ୍ରାୟ ୪ ଜଣ କର୍ମଚାରୀ ଉକ୍ତ ଜବତ ବାଣ (ସୁତୁଲି ବମ)କୁ ନିଷ୍କ୍ରିୟ କରିବା ପାଇଁ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାକୁ ନେଇଥିଲେ । ସେଠାରେ ଗୋଟିଏ ଛୋଟ ଗାତ ଭିତରେ ବାଣକୁ ପୂରାଇ ପ୍ରଦୀପ ସେଥିରେ ଅସାବଧାନତାବଶତଃ ନିଆଁ ଲଗାଇଦେବା ଫଳରେ ତାହା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ପ୍ରଦୀପଙ୍କ ଶରୀର ହାରାହାରି ୭୦ ଭାଗ ପୋଡ଼ିଯିବା ସହ ପ୍ୟାଣ୍ଟ, ସାର୍ଟ ଓ ମାଂସ ଖଣ୍ତ ଖଣ୍ତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା । ତାଙ୍କର ମୃତଦେହ ପ୍ରାୟ ୧୪ ଫୁଟ ଦୂରରେ ଯାଇ ପଡିଥିଲା । ସେଠାରେ ଥିବା ଅନ୍ୟ କର୍ମଚାରୀ ଓ ସଦର ଥାନା ପୁଲିସ ପହଞ୍ଚି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇଥିଲେ ।

Leave A Reply

Your email address will not be published.