ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଲସାପଡା ଶିବ ମନ୍ଦିର ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ଚନ୍ଦାହାଣ୍ଡି ପୁଲିସ ଚଢ଼ାଉ କରିଥିଲା । ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏସ୍ ଆଇ ଶିବ ପ୍ରସାଦ ମହାନ୍ତି ଟିମ୍ ନେଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରି ଚନ୍ଦାହାଣ୍ଡି ଥାନାରେ ଅଟକ ରଖାଯାଇଥିବା ଆଇଆଇସି ଉମେଶ ଚନ୍ଦ୍ର ନାୟକ କହିଛନ୍ତି । ଗିରଫ ଜୁଆଡ଼ିମାନେ ହେଲେ ଧୋଡ଼ିପାଣି ଗ୍ରାମର ୩୫ ବର୍ଷୀୟ ଶିବ ହରପାଳ, ୪୬ ବର୍ଷୀୟ ତୁଲାରାମ ଗୌଡ଼, ଶିବ ବିଶି ଏବଂ ଶୋଭାସିଂ ନାୟକ ଏବଂ ଅନ୍ୟ ଜୁଆଡ଼ିମାନେ ସେଠାରୁ ଦୌଡ଼ି ପଳାଇ ଥିଲେ । ସେମାନଙ୍କ ଠାରୁ ତାସ ପତା ଏବଂ ୧୫ ହଜାର ଟଙ୍କା ଜବତ କରିଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।