ଗୋପାଳପୁର ଏନ୍.ଏ.ସି.ର ଅନୁମତି ନ ଥାଇ ସ୍ୱସ୍ତି ହୋଟେଲ ଜବରଦଖଲ କୋଠା ନିର୍ମାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଳାଭୂମିର ସହର ଗୋପାଳପୁର ଭାରତର ମାନଚିତ୍ରରେ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ତେବେ ଗୋପାଳପୁର ଏନ୍.ଏ.ସି. ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବା ବେଳେ ଏହାର ବିକାଶ ଦିଗରେ ଆମେ ସମସ୍ତେ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିବା ଆବଶ୍ୟକ । ମୁଖ୍ୟ କଥା ହେଲା ଗୋପାଳପୁର ଏନ୍.ଏ.ସି. ଜାଗା ଜବରଦଖଲକାରୀଙ୍କ କବଳରେ ରହିଛି । ଏ ବିଷୟ ଶୁଣିଲେ ଆଶ୍ଚର୍ଯ୍ୟ ଯେତିକି ସମସ୍ତଙ୍କୁ ଚକିତ ବି କରିଦେଇଛି । ସୂଚନା ଯୋଗ୍ୟ ଯେ’ ଏକ ପ୍ରତିଷ୍ଠିତ ସଂସ୍ଥା ସ୍ୱସ୍ତି ହୋଟେଲ ଜବରଦଖଲ କରି କୋଠା ନିର୍ମାଣ କରି ଚାଲିଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ କିମ୍ବା ଗୋପାଳପୁର ଏନ୍.ଏ.ସି. ର ଅନୁମତି ନ ଥାଇ ଗୋଟିଏ ପ୍ରତିଷ୍ଠିତ ଗୃପ୍ ଅଫ୍ କମ୍ପାନୀ ସ୍ୱସ୍ତି ହୋଟେଲ ଜବରଦଖଲ କରି କୋଠା ନିର୍ମାଣ କରି ଚାଲିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଗୋପାଳପୁର ଏନ୍.ଏ.ସି. ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି, ତେଣୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଯାହାକି ସରକାରୀ ଜାଗା ଜବରଦଖଲ କରିଥିବା ବେଳେ କୌଣସି ରୋକ୍ ଲଗାଯାଉନଥିବା ନେଇ ବିଭିନ୍ନ ମହଲରେ ତର୍କ ବିତର୍କର ସହ ଆଲୋଚନା ହେଉଅଛି । ପ୍ରକାଶ ଥାଉକି କି, ଗୋପାଳପୁର ଏନ୍.ଏ.ସି. କର୍ତ୍ତୃପକ୍ଷଙ୍କ ଅବଗତ କରାଇବା ସାଂଗକୁ ଏହାର ତୀବ୍ର ବିରୋଧ କରି ସ୍ଥାନୀୟ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ନୀଳକଣ୍ଠ ରେଡ୍ଡୀ ଏ ସମ୍ପର୍କରେ ସୂଚନା ଅଧିକାର ଆଇନର ତଥ୍ୟ ମାଗିଛନ୍ତି । ସୂଚନା ଆଇନ ଅନୁଯାୟୀ, ଆପ ନେତା ନୀଳକଣ୍ଠ ରେଡ୍ଡୀଙ୍କ ଦ୍ୱାରା, କିଛି ଦିନ ତଳେ, ସ୍ୱସ୍ତି ଗ୍ରୁପର କାର୍ଯ୍ୟ ବିଧି, ଅନୁମତି ପତ୍ର ଏବଂ ଅନନ୍ୟା ବିଷୟରେ ଆର୍.ଟି.ଆଇ. ଆକ୍ଟରେ ତଥ୍ୟ ମାଗିଥିଲେ । ତଥ୍ୟ ଅନୁଯାୟୀ ସେଭଳି କୌଣସି ଅନୁମୋଦନ କିମ୍ବା ଅନୁମତି ଆଦେଶ ନ ଥାଇ ଏହା ବେଆଇନ୍ ଭାବେ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିବା ଗୋପାଳପୁର ଏନ୍.ଏ.ସି. କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ତେବେ ସ୍ୱସ୍ତି ହୋଟେଲ ଗୃପ୍ ଅଫ୍ କମ୍ପାନୀ ସହ କୌଣସି ରାଜନୈତିକ ବ୍ୟକ୍ତି ବିଶେଷ୍ୟଙ୍କ ହାତଥିବା ସନ୍ଦେହ କରାଯାଉଛି । ଏହା କାହା ଇସାରାରେ, କାହାର ବାହୁବଳରେ ଖୋଲା ଖୋଲି ଭାବରେ, ଜବରଦଖଲ କରି କୋଠା ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ସ୍ଥାନୀୟ ନେତା ମନ୍ତ୍ରୀଙ୍କ ହାତ ବାରିସି କାମ କରୁଥିବା ଜଣାପଡୁଛି । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଂଗକୁ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।ଗୋପାଳପୁର ଅଞ୍ଚଳର ଲୋକଙ୍କୁ ଏକତ୍ରିତ କରାଇ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆମ୍ ଆଦମୀ ପାର୍ଟି ନେତା ନୀଳକଣ୍ଠ ରେଡ୍ଡୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏନେଇ ସେ ଉଚ୍ଚନ୍ୟାୟଳୟର ଆଶ୍ରୟ ନେବେ ବୋଲି ମଧ୍ୟ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.