om academy

ଆଇପିଏଲ ଆରମ୍ଭ : ପ୍ରଥମ ମ୍ୟାଚରୁ ରୋମାଞ୍ଚ, ମୁମ୍ବାଇକୁ ଶେଷ ବଲରେ ହରାଇଲା ବାଙ୍ଗାଲୋର

jsm

ଚେନ୍ନାଇ : ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚଟି ବେଶ ରୋମାଞ୍ଚକର ସ୍ଥିତିରେ ଶେଷ ହୋଇଛି । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ବିକେଟରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟମ ଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଦଳ ଆଶାନୁରୂପ ଭାବେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା । ଦଳ ପକ୍ଷରୁ କ୍ରିସ ଲିନ ୪୯ ରନ, ସୂର୍ୟ୍ୟକୁମାର ଯାଦବ ୩୧ ରନ ଓ ଇଶାନ କିଷନ ୨୮ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୯ ରନ କରିପାରିଥିଲା । ବାଙ୍ଗାଲୋର ଦଳ ପକ୍ଷରୁ ହର୍ଷଲ ପଟେଲ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମାତ୍ର ୨୭ ରନ ଦେଇ ୫ଟି ଓ୍ବିକେଟ ନେଇଥିଲେ । ଏହା ପରେ ବାଙ୍ଗାଲୋର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏ.ବି. ଡିଭିଲୟର୍ସ ଓ ଗ୍ଲେନ ମାକ୍ସଓ୍ବେଲ । ଡିଭିଲିୟର୍ସ ମାତ୍ର ୨୭ ବଲରେ ୪୮ ରନ କରିଥିବାବେଳେ ମାକ୍ସଓ୍ବେଲ ୩୯ ରନ କରିଥିଲେ । ଅଧିନାୟକ ବିରାଟ କୋହଲି ୩୩ ରନ କରିଥିଲେ । ତେବେ ଦଳ ଶେଷ ବଲରେ ହିଁ ୧୬୦ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା । ମୁମ୍ବାଇ ପକ୍ଷରୁ ଯଶପ୍ରିତ ବୁମରା ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.