oum

ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ : ସ୍ଥିତି ପରଖିଲେ ଅଗ୍ନିଶମ ସେବା ଡିଜି

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ । ଏଥିପାଇଁ ସଜେଇ ହେଉଛି ଷ୍ଟାଡିୟମ । ବିଭିନ୍ନ ପ୍ରକାର ପ୍ରସ୍ତୁତି କାମ ଆଗେଇ ଚାଲିଛି । ଦର୍ଶକଙ୍କ ବସିବାଠାରୁ ଆରମ୍ଭ କରି ଖେଳାଳିଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ କିଛି କାମକୁ ତଦାରଖ କରୁଛନ୍ତି ସମ୍ପୃକ୍ତ ବିଭାଗୀୟ ଅଧିକାରୀ । ଅଗ୍ନିଶମ ସେବା ଡିଜି ଅଶୋକ କୁମାର ଉପାଧ୍ୟାୟ ମଧ୍ୟ ଷ୍ଟାଡିୟମ ଯାଇ ସ୍ଥିତି ତଦାରଖ କରିଛନ୍ତି । ଏହାସହିତ ସେ ରାଉରକେଲା ବିମାନ ବନ୍ଦର ଓ ଖେଳାଳିଙ୍କ ରହିବା ସ୍ଥାନକୁ ପରିଦର୍ଶନ କରି ଯାଞ୍ଚ କରିଛନ୍ତି । ଏସବୁ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସହିତ ଜରୁରୀକାଳୀନ ସମ୍ଭାବ୍ୟ ସ୍ଥିତିକୁ ତନଖିଛନ୍ତି । ଏହି ସମୟରେ ତାଙ୍କ ସହିତ ରାଉରକେଲାର ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ଥିଲେ । ଜାନୁଆରୀ ମାସରେ ଏଠାରେ ହେବାକୁ ଥିବା ବିଶ୍ୱ ହକିକପ ଖେଳ ସମୟରେ ସବୁ ବ୍ୟବସ୍ଥାର ଇନଚାର୍ଜ ରହିବେ ସମ୍ୱଲପୁର ଅଗ୍ନିଶମ ଅଫିସର । ଏହି ସମୟରେ ଗୋଟିଏ ହାଇଡ୍ରୋଲିକ୍ ପ୍ଲାଟଫର୍ମ ଓ ଯଥେଷ୍ଟ ପରିମାଣର ମଟର ଇଞ୍ଜିନ ମହଜୁଦ ରହିବା ସହିତ କ୍ୱିକ୍ ରେସପୋନ୍ସ ୟୁନିଟ୍ ନିୟୋଜିତ ହେବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ।

Leave A Reply

Your email address will not be published.