ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ସୋର : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ । ଔପଦା ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆସାମୀକୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି । ସୂଚନାରୁ ପ୍ରକାଶ ପାଣ୍ଡୁ ସିଂ (୫୦) ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ତାଙ୍କ ପତ୍ନୀ ଗୁରୁବାରି ସିଂକୁ ପିଟି ପିଟି ମାରିଦେଇଥିବାର ସୂଚନା ମିଳିଛି । ସବୁବେଳେ ମଦ୍ୟପାନ କରି ଗୁରୁବାରି ସିଂଙ୍କୁ ମାରପିଟ୍ କରିବା ସହ ଗାଳି ଗୁଲଜ କରନ୍ତି । ସବୁଦିନ ଭଳି ଗତକାଲି ରାତିରେ ନିଶାସକ୍ତ ହୋଇ ନିଜ ସ୍ତ୍ରୀ ଗୁରୁବାରିକୁ ପିଟିପିଟି ହତ୍ୟା କରିଛି ବୋଲି ଜଣାପଡିଛି । ଆଜି ସକାଳେ ଖବର ପାଇ ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛନ୍ତି ।

Leave A Reply

Your email address will not be published.