କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ହତ୍ୟା । ମୃତ କନେଷ୍ଟବଳ ପୁରୁଣା କଟକ ଥାନା ବାଲିସାହି ଗାଁର ଉଦୟ ରଞ୍ଜନ ପଟ୍ଟନାୟକ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା କରିଥିବା ସନ୍ଦେହରେ ଜଣେ ପଡ଼ୋଶୀ ଅଟକ ରହିଛି । ଅଭିଯୁକ୍ତ ପଡ଼ୋଶୀକୁ ପଚରାଉଚରା କରୁଛି ପୁରୁଣାକଟକ ପୋଲିସ । ପଡ଼ୋଶୀ ଜଣକ ହେଲେ ସଞ୍ଜୟ ନାୟକ । କନେଷ୍ଟବଳଙ୍କୁ ହତ୍ୟା କରି ଘର ପଛପଟ ଅଳିଆ ଗଦାରେ ଲୁଚାଇଥିଲା ଦୁର୍ବୃତ୍ତ । ସୂଚନା ମୁତାବକ କିଛିଦିନ ହେଲା ପୁରୁଣାକଟକ ଥାନା ବାଲିସାହି ଗ୍ରାମରେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିଲା । ଏହାକୁ ଦେଖି ଆଜି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଉଦୟ ରଞ୍ଜନ ପଟ୍ଟନାୟକ ଯାହାଙ୍କ ଘର ପୁରୁଣାକଟକ ଥାନା ବାଲିସାହି ଗାଁରେ । ତାଙ୍କର ମୃତଦେହ ଏକ ଅଳିଆ ଗଦାରୁ ଠାବ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ପ୍ରାୟ ୪ରୁ ୫ ଦିନ ତଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ହତ୍ୟା ଅଭିଯୋଗରେ ଜଣେ ପଡ଼ୋଶୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ହସ୍ପିଟାଲକୁ ପଠାଇ ଦିଆଯାଇଛି ।