କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଆନନ୍ଦପୁର : କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର । ୨୦ ନମ୍ଵର ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଘଷିପୁରା ଥାନା ହାତୀବନ୍ଧା ଗାଁର ରବିନ୍ଦ୍ର ସେଠୀ ଜଣେ ଦୁଗ୍ଧ ବ୍ୟବସାୟୀ । ରବିବାର ସକାଳେ ସେ ଦୁଗ୍ଧ ନେଇ ବାଇକ୍ ଯୋଗେ ବ୍ୟବସାୟ କରିବାକୁ ବାହାରିଥିଲେ । ଘସିପୁରା ବାଇପାସ୍ ଠାରେ ତାଙ୍କୁ ଏକ କାର୍‌ ପଛପଟୁ ଧକ୍କା ଦେଇଥିଲା । ଫଳରେ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଜବତ କରିଛି । ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.