ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ : ୯ ଆହତ, ଜଣେ ଗୁରୁତର

ନିମାପଡ଼ା : ଜଗା ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା । ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା ଟାଟା ମ୍ୟାଜିକ୍ । ଦୁର୍ଘଟଣାରେ ୯ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଆହତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.