om academy

କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ

jsm

କଟକ : କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ୱାର ଥାନାରେ ପଚରାଉଚରା କରାଯାଇ ଗିରଫ ୪ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ତାଠାରେ କ୍ରିକେଟ୍ ଖେଳ କଳିକୁ ନେଇ ଜଣେ ଅମ୍ପାୟାର ଯୁବକଙ୍କୁ ହତ୍ୟା କରାଯାଇଥିଲା । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଥମେ ବିବାଦ ଓ ପରେ ଦୁଇପକ୍ଷ ମଧ୍ୟରେ ମାଡ଼ପିଟ୍ ହୋଇ ହତ୍ୟାକାଣ୍ଡ ଘଟିଥିଲା । ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କ ଭିତରୁ ଜଣକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ଜଣ ଫେରାର୍ ହୋଇଯାଇଥିଲେ । ମୃତ ଅମ୍ପାୟାରଙ୍କ ନାଁ ଲକି ରାଉତ ଓ ତାଙ୍କ ଘର ମହିଷାଲଣ୍ଡାରେ ବୋଲି ଜଣାପଡିଛି ।

Leave A Reply

Your email address will not be published.