ପିସ୍ତଲ, ବୋମା, ଗୁଳି, ଭୂଜାଲି ସହ ବାଇକ ଜବତ : ଜଣେ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ବୋମା, ଚାରୋଟି ଗୁଳି, ତିନୋଟି ଭୂଜାଲି ସହ ୪୮ଲିଟର ଦେଶୀ ମଦ ଓ ସେ ବ୍ୟବହାର କରୁଥିବା ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ମ.ରାମପୁର ନିକଟସ୍ଥ ପଣ୍ଡକାମାଲ ଗ୍ରାମର ହେମନ୍ତ ସାହୁ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସକାଳ ସମୟରେ ସେ ମୋହନଗିରୀ ଠାରୁ ମ. ରାମପୁର ଯାଉଥିବା ସମୟରେ ଡମ୍ବକରଲାଖୁଣ୍ଟା ଠାରେ ପୋଲିସ ଚେକିଂ ଚାଲିଥିଲା । ସେହି ସମୟରେ ବାଇକ୍ ଯୋଗେ ହେମନ୍ତ ଆସୁଥିବା ବେଳେ ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଏଏସ୍ଆଇ କାହ୍ନୁ ଚରଣ ପଣ୍ଡା ଓ ଅନ୍ୟ ପୋଲିସ କର୍ମଚାରୀ ସନ୍ଦେହରେ ତାକୁ ଅଟକାଇଥିଲା । ପରେ ତା ପାଖରୁ ପିସ୍ତଲ, ବୋମା, ଗୁଳି, ଦେଶୀ ମଦ ଓ ବାଇକକୁ ଜବତ ହୋଇଥିବା ବେଳେ ତାକୁ ଗିରଫ କରଛି ମ.ରାମପୁର ପୋଲିସ । ଅଭିଯୁକ୍ତ ହେମନ୍ତ ନାଁରେ ପୂର୍ବରୁ ମ.ରାମପୁର ଥାନାରେ ୨ଗୋଟି କେସ୍‌, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ୧ଗୋଟି ଓ ଭବାନୀପାଟଣା ଥାନାରେ ମଧ୍ୟ ଅପରାଧିକ ମାମଲାଥିବା ପୋଲିସ କହିଛି । ତାକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.