୫ କେଜି ଗଞ୍ଜେଇ ଜବତ, ୧ ଗିରଫ

ବ୍ରହ୍ମଗିରି : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ଜଗଦଳ ଅଂଚଳରେ ଚଢ଼ାଉକରି ଧନଞ୍ଜୟ ପଲେଇଙ୍କୁ ଗିରଫ କରି ତାଙ୍କ ଠାରୁ ୫ କିଲୋ ଗ୍ରାମ ଗଞ୍ଜେଇ ଜବତ କରାଗଲା । ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ କେସ ନଂ -୮୫/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ କାରଗାରାକୁ ପଠାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦,୦୦୦ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ସିଦ୍ଧେଶ୍ୱର ମଲ୍ଲିକ, ଏଏସ୍‌ଆ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.