om academy

୧୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ଗୋଛାପଡା ପୁଲିସ, ଜଣେ ଗିରଫ, ତିନି ଫେରାର

jsm

ଗୋଛାପଡା : ସୋମବାର ଗୋଛାପଡା ପୁଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୁଲିସ ଟିମ କଞ୍ଜାମାଈ ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ ଚାଲିଥିବା ବେଳେ ପୁଲିସ ଟିମ ଚଢ଼ାଉ କରି ୧୭ କୁଇଣ୍ଟାଲ ୫୦ କେଜି ଗଂଜେଇ ଜବତ କରିଛି ।

ଏହି ଗଞ୍ଜେଇ ମହଜୁଦ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାଳତୀ ଗୋଛାପଡା ଗ୍ରାମର ଲିଙ୍ଗରାଜ ଥାପାଙ୍କୁ ପୁଲିସ ଗିରଫ କରିଛି । ତେବେ ପୁଲିସକୁ ଦେଖିପାରି ଅନ୍ୟ ତିନି ଜଣ ଘଞ୍ଚ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୂନୀ କହିଛନ୍ତି । ଏ ନେଇ ଗୋଛାପଡା ପୁଲିସ ୫୪/୨୩ରେ ଏକ ମାମଲା ରଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି । ସୂଚନାଯୋଗ୍ୟ, ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ଗତ କିଛି ଦିନ ମଧ୍ୟରେ ଗୋଛାପଡା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ଶହେ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ।

Leave A Reply

Your email address will not be published.