ଚିଞ୍ଚେଡ଼ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ : ଗଣତି ଶେଷ

  • ଅନାସ୍ଥା ସପକ୍ଷରେ ୧୦, ବିପକ୍ଷରେ ୨ ଭୋଟ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ଗୁଡ଼ଭେଲା ବ୍ଲକ ଚିଞ୍ଚେଡ ସରପଞ୍ଚଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ୍‌ର ଗଣତି ଶେଷ ହୋଇଛି । ଅନାସ୍ଥା ସପକ୍ଷରେ ୧୦ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ୨ଟି ଭୋଟ ପଡିଛି । ତୁଷୁରା ତହସିଲଦାର ତଥା ନିର୍ବାଚନ ଅଧିକାରୀ ଆର୍ତ୍ତତ୍ରାଣ ଥାଟିଙ୍କ ଉପସ୍ଥିତିରେ ପ୍ରଥମେ ବଲାଙ୍ଗିର ଷ୍ଟ୍ରଙ୍ଗରୁମ୍‌ରୁ ଭୋଟବାକ୍ସ ପଞ୍ଚାୟତ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଗଣତି ଆରମ୍ଭ କରାଯାଇଥିଲା । ଯେଉଁଥିରେ ସରପଞ୍ଚ ଡୋଲାନ୍ତି ଅନାସ୍ଥା ସପକ୍ଷରେ ୧୦ଟି ଭୋଟ ପଡ଼ିଥିବା ନିର୍ବାଚନ ଅଧିକାରୀ ଥାଟି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଗତ ଦୁଇମାସ ତଳେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ୱାର୍ଡ ସଭ୍ୟାସଭ୍ୟା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ପରେ ସରପଞ୍ଚ ଡୋଲାନ୍ତି ନାଗ ଉଚ୍ଚ ନ୍ୟାୟାଳୟର ସହାରା ନେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ଭୋଟ ହୋଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶ ନହେବା ଯାଏଁ ଗଣତି ସ୍ଥଗିତ ରହିଥିଲା । ଆଜି ଭୋଟ ଗଣତି ହୋଇଛି ଯେଉଁଥିରେ ସରପଞ୍ଚ ଶ୍ରୀମତୀ ନାଗ କୋର୍ଟ ଘୋଷଣା କଲା ପରେ ସରପଞ୍ଚ ପଦ ହରାଇବେ ବୋଲି ଜଣାପଡିଛି ।

Leave A Reply

Your email address will not be published.