ଦେଓଗାଁ : ଦେଓଗାଁ କଛାରପାଲି ଅନ୍ତର୍ଗତ ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚଳିତ ବର୍ଷ ହେବାକୁ ଥିବା ୧୨ତମ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ମଙ୍ଗଳବାର ଦିନ ଶୁଭସ୍ତମ୍ଭ ସ୍ଥାପନ ପୂଜନୋତ୍ସବ ହୋଇଯାଇଛି । ଚଳିତ ବର୍ଷ ପୂଜା ପାଇଁ କର୍ତ୍ତା ଭାବେ ଶ୍ରୀମତୀ ପ୍ରଶାନ୍ତି ସାହୁ, ଦୂର୍ବାଦଳ ସାହୁ ଏବଂ ନାମଯଜ୍ଞ ପାଇଁ କର୍ତ୍ତା ଭାବେ ରଶ୍ମିତା ସାହୁ, ରମେଶ ସାହୁ ଦାୟିତ୍ଵ ବହନ କରିବେ । ସେହିପରି ଗଜଲକ୍ଷ୍ମୀ ପୂଜାରେ ପଣ୍ଡିତ ବାଳକୃଷ୍ଣ କର ଏବଂ ପ୍ରହରୀ ନାମଯଜ୍ଞରେ ପଣ୍ଡିତ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପନ୍ନ କରିବା ନେଇ ଆୟୋଜନ କମିଟି ପ୍ରଗତି ଯୁବକ ସଂଘ ପକ୍ଷରୁ ସୂଚନା ମିଳିଛି । ଏହାସହ ପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Prev Post