ମା’ ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆଇମାଲ ଗ୍ରାମରେ ମା’ ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ- ୨୦୨୨ ମା’ ଆଇମଲିଏନ ଫୁଟବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଠଟି ଦଳକୁ ନେଇ ହୋଇଥିବା ଏହି ଫୁଟବଲ୍ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମନୋଜ ପ୍ରଧାନ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଗ୍ରାମର ଗୌନ୍ତିଆ ସୁଦାମ ସାହୁ ଯୋଗ ଦେଇଥିଲେ । ଖରମୁଣ୍ଡା, ଡୁଙ୍ଗୁରିପାଲି, ଖଇରମାଲ, ରୋଥ୍, କାନାପାଲି, ଜାଳପାଲି, ଦଶମାଇଲ ଓ ବଲାଙ୍ଗିର ଦଳକୁ ନେଇ ହୋଇଥିବା ଫାଇନାଲ୍‌ ଖେଳରେ କାନାପାଲିକୁ ହରାଇ ବଲାଙ୍ଗିର ଦଳ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ବିବେଚିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସୁବ୍ରତ ସିଂ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ । ପ୍ରଶାନ୍ତ ପାତ୍ର, ନିମାଇ ଚରଣ ପ୍ରଧାନ, ପ୍ରେମ୍ରାଜ୍ ବରିହା, ସଦାନନ୍ଦ ନାଇକ୍, ସର୍ଜନ ପ୍ରଧାନ, ମହଜନ ବିଶି, ସତ୍ୟ ବିଶି, ସଞ୍ଜୟ ପାତ୍ର ଓ ମା’ ଆଇମାଲିଏନ ଫୁଟବଲ୍ ସଂଘର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!