
କୋକସରା : ସ୍ଥାନୀୟ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟନ କପ୍ ଫୁଟବଲର ଶୁକ୍ରବାର ଥିଲା ସେମିଫାଇନାଲ ମ୍ୟାଚ୍ । ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଜାରି ରହିଛି ଏହି ମ୍ୟାଚ୍ । ସେମି ଫାଇନାଲ ଖେଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥୀ ଭାବେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ, ମୁଖ୍ୟବକ୍ତା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ ସମ୍ମାନିତ ଅତିଥି ଭାବେ ରେଙ୍ଗାଳପାଲି ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ର, ସମିତିସଭ୍ୟ ପଞ୍ଚାୟତ ଗୁପ୍ତେଶ୍ବର ବାଗ, ବିଜେପି ଜୋନ ସଭାପତି ଦୁର୍ଗା ପ୍ରଧାନୀ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ହୋଇ ମ୍ୟାଚରେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେମି ଫାଇନାଲ ମ୍ୟାଚ୍ ଝରିଗାଁ ଓ ଟେମରା ଦଳ ମଧ୍ୟରେ ଚିତାକର୍ଷକ ହୋଇଥିବା ବେଳେ ୧/୦ଗୋଲରେ ଟେମେରା ଦଳ ଫାଇନାଲକୁ ପ୍ରବେଶ କରିଛି । ଖେଳକୁ ଚିତ୍ତରଞ୍ଜନ ଠାକୁର ଓ ଜଗମୋହନ ମାଝୀ, ଶଙ୍କର ପୋଢ଼ ପରିଚାଳନା କରିଥିଲେ । ମ୍ୟାଚର ଧାରାବିବରଣୀ ଈଶ୍ବରୀ ପ୍ରସାଦ ଅଗସ୍ତି ( ନିଲୁ ) ଏବଂ ନରେନ୍ଦ୍ର ଧ.ମାଝୀ ପ୍ରଦାନ କରିଥିବା ବେଳେ ସୁଧୀର ଧ.ମାଝୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ପଣ୍ଡା ସୁବାଷ ବେହେରା, ଅମିତ ପଣ୍ଡା, ମଣ୍ଟୁ ନାଏକ ଓ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଆସନ୍ତା ରବିବାର ଫାଇନାଲ ଖେଳ ଅନୁଷ୍ଠିତ ହେବ ।