oom

କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଫୁଲେ ଚଳଚ୍ଚିତ୍ର ଲାଗୁ

jsmm

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ଫୁଲେ । ଏହି ଚଳଚ୍ଚିତ୍ର ଜ୍ୟୋତି ବା ଫୁଲେ ଓ ସାବିତ୍ରୀ ବାଈ ଫୁଲେଙ୍କ କାହାଣୀକୁ ତିଆରି ହୋଇଛି । ସେମାନେ ମହିଳାଙ୍କୁ ପାଠ ପଢାଇବାକୁ କେମିତି ସଂଘର୍ଷ ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି । ଚଳଚ୍ଚିତ୍ର ମୁକ୍ତିଲାଭ ହୋଇ କିଛି ଦିନ ଗଡି ଯାଇଥିବା ବେଳେ ଆଜି ଯାଏ ତାହା ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଆଲିସାନ ସିନେମାହଲରେ ଲାଗି ନଥିବା ବେଳେ ଏହି ଚଳଚ୍ଚିତ୍ରକୁ ଆଲିସାନ ସିନେମାହଲର ବଡ ପରଦାରେ ଲଗାଇବାକୁ କଣ୍ଟାବାଞ୍ଜି ଅଞ୍ଚଳ ଆମ୍ବେଦକର ବାଦି ସଂଗଠନ ମାନେ ଦାବୀ କରିଛି । ମଙ୍ଗଳବାର ଏଲଡିଏ ସଂଗଠନର ପ୍ରତିଷ୍ଠାତା ଲବ ସୁନା, କଣ୍ଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟିର ସମ୍ପାଦକ ରୋହନ କୁମାର ମହତ, ଉପ ସଭାପତି ତୁଲସୀରାମ ଜଗତ, କାର୍ଯ୍ୟକାରୀ ସଭାପତି ଛୋଟୁ ମାହାନନ୍ଦ, ସଦସ୍ୟ ଅଶୋକ କୁମାର, ମୋହନ ସୁନା, ମାଧବ ବଏ, ବୁଳୁ ମାହାନନ୍ଦ ପ୍ରମୁଖ ଯାଇ ଆଲିସାନ ସିନେମା ହଲ ମେନେଜରଙ୍କ ସହ ଆଳୋଚନା କରି ଶ୍ରୀଘ୍ର ଏହି ଚଳଚ୍ଚିତ୍ର ବଡ ପରଦା କରିବାକୁ ସେମାନେ ଦାବୀ କରିଛନ୍ତି । ଯଦି ଚଳଚ୍ଚିତ୍ର ଆଲିସାନ ସିନେମାହଲରେ ନ ଲାଗେ ତେବେ ସିନେମାହଲ ସମ୍ମୁଖୀନରେ ଆନ୍ଦୋଳନ କରାଯିବ ବୋଲି ଏଲଡିଏ ସଂଗଠନ ପ୍ରତିଷ୍ଠାତା ଲବ ସୁନା ଖୋଲା ଚେତାବନି ଦେଇଛନ୍ତି । ସେପଟେ ଆମେ ଏନେଇ ସିନେମାହଲ ହଳକୁ ସିନେମା ଯୋଗାଉଥିବା ଡିସ୍ଠିଟୁବୁଟରଙ୍କ ସହ ଆଳୋଚନା ଚାଳିଛି ସେମାନେ ସିନେମାଟି ଦେଳେ ଆଲିସାନ ସିନେମାହଲରେ ଲାଗିବ ବୋଲି ମେନେଜର କହିଛନ୍ତି ।

jittmm
Leave A Reply

Your email address will not be published.