ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଠାରେ ସାଲେଭଟା- ଆଗଲପୁର ପିଡବ୍ଲୁଡି ରସ୍ତାରେ଼ ଗତକାଲି ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡୁଡୁକା ସୁଶାନ୍ତି ନଗରର ଚୁଡାମଣି (ମୁକ୍ତି) ରଣା(୫୫) ତାଙ୍କ ଘରୁ ଡୁଡୁକା ଦୁଗ୍ଧ ସମବାୟ ସମିତିକୁ କ୍ଷୀର ଦେବା ପାଇଁ ଆସୁଥିଲେ । ଏହି ସମୟରେ ଆଗଲପୁର ପଟୁ ସାଲେଭଟା ପଟକୁ ଏକ ବାଇକ ନଂ ଓଡି ୦୩ ଏମ୍ ୨୬୮୦ ଦୃତଗତିରେ ଆସି ବାବୁ ଫାସଡର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଫଳରେ ବୃଦ୍ଧବ୍ୟକ୍ତି ଜଣକ କିଛି ଦୂରକୁ ଛିଟିକି ପଡିଥିଲେ । ବାଇକ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଆଗଲପୁର ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ କରି ନଂ୧୬୯/୬.-୧୦-୨୫ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।
Prev Post
Next Post