om academy

ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

jsm

କାଶୀପୁର : କାଶୀପୁର ବ୍ଲକ ମାଣ୍ଡି ବିଶି ପଞ୍ଚାୟତ ଅନ୍ତର୍ଗତ କଳା ଗାଁ ରାସ୍ତାର ଧାଙ୍ଗଡ଼ିଦର ଗାଁ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଡ଼ିମିରିଭଟା ଗ୍ରାମର ଗୋବିନ୍ଦ ମାଝୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଆଉ ଜଣେ ବ୍ୟକ୍ତି ଉଦୟ ସିଂ ମାଝୀ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ତାଙ୍କୁ ମଣ୍ଡି ବିଶି ପିଏଚ୍‌ସିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ୍ରାଇଭର ଫେରାର ରହିଥିବା ବେଳେ କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.