om academy

ଭୟଙ୍କର ସଡକ ଦୁର୍ଘଟଣା : ୧ ଗୁରୁତର, ୨ ଆହତ

jsm

ଜି. ଉଦୟଗିରି : ରାଇପଡ଼ାଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କାର୍‌ ନଂ ଓଡି ୦୨ବି ଟି୭୦୭୬ ବାଲିଗୁଡ଼ାରୁ ବ୍ରହ୍ମପୁର ଯାଉଥିଲା । ଯିବା ସମୟରେ ରାଇପଡ଼ାଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ଯାତ୍ରା କରୁଥିବା ମହିଳା ଆଶାରାଣୀ ପତି(୬୫)ଙ୍କ ମୁଣ୍ଡରେ ଗୁରୁତର ଭାବେ ଆଘାତ ଲାଗିଥିବା ବେଳେ ସଞ୍ଜିତା ପତି(୪୫) ଓ ଶ୍ରୀୟାଂସୁ ପତି(୧୦) ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ଓ ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.