ଶିକ୍ଷା ସପ୍ତାହର ତୃତୀୟ ଦିବସ : ସ୍ପୋର୍ଟସ୍‌ ଡେ

ରେଙ୍ଗାଲି, (ସୁଶିଳ କୁମାର ମିଶ୍ର) : ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବାର୍ଷିକୀ ଅବସରରେ ରେଙ୍ଗାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ତୃତୀୟ ଦିବସ ସ୍ପୋର୍ଟସ୍ ଡେ ପାଳିତ ହୋଇଯାଇଛି । ଏହି ଆନୁକୁଲ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ନେଇ ଆଞ୍ଚଳିକ ଖେଳକୁଦ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୁଦୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହଖଣ୍ଡ ୟୁ. ପି. ସ୍କୁଲ, ଗୁହିରାମୁଣ୍ଡା ୟୁ. ପି.ସ୍କୁଲ, ଭୋଇପାଲି ପ୍ରାଇମେରୀ, ବୁରୋମୁଣ୍ଡା ପ୍ରାଇମେରୀ, ପୁଡ଼ାପଦର୍ ୟୁ. ପି. ସ୍କୁଲ, ରେଙ୍ଗାଲି ହାଇସ୍କୁଲ ଓ ପଞ୍ଚାୟତ ହାଇସ୍କୁଲ, ବୁଦୁଲା ପ୍ରମୁଖ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସି. ଆର. ସି. ସି. ଦେବାଶିଷ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିଭାବକ, ସ୍କୁଲ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.