jayashree

ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଧାରଣା

ତୁରେକେଲା, (କୈଳାଶ ସଗ୍ରିଆ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ଵାଧୀନ ଫେଡେରେସନ୍ ଓ ଏସୋସିଆସନ୍ ମାନଙ୍କ ପକ୍ଷରୁ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି । ଦୀର୍ଘ ଦିନ ଧରି ଟ୍ରେଡ ୟୁନିୟନମାନେ ସପ୍ସଗ୍ରାମ ଜାରି ରଖିଛନ୍ତି । ଦେଶର ବିପର୍ଯ୍ୟୟ ଅର୍ଥନୀତି ହେତୁ ଦେଶବ୍ୟାପୀ ଶ୍ରମଜୀବୀ ଜନଗଣଙ୍କର ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡ଼ିଛି ।କୋଭିଡ ମହାମାରୀର ସୁଯୋଗ ନେଇ ମୋଦୀ ସରକାର ନିରବଚ୍ଛିନ୍ନ ଭାବରେ ଏବଂ ଅତି ଉଗ୍ରତାର ସହିତ ଶ୍ରମିକମାନଙ୍କର ସର୍ବ ନିମ୍ନ ମଜୁରି, ସାର୍ବଜନୀନ ସାମାଜିକ ସୁରକ୍ଷା, ସ୍କିମ୍ ୱଆର୍କର୍ ଯଥା :- ଅଙ୍ଗନୱାଡ଼ି, ଆଶା, ପାଚିକା ଇତ୍ୟାଦିଙ୍କ ପାଇଁ ଶ୍ରମିକର ମାନ୍ୟତା ସହିତ ଦରମା ଓ ଅନ୍ୟାନ୍ୟ ସୁବିଧା ଦେଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି । ରାଷ୍ଟ୍ରୀୟତା ଉଦ୍ୟୋଗ ଓ ସରକାରୀ ସେକ୍ଟର୍ ଏପରିକି ଆର୍ଥିକ କ୍ଷେତ୍ରର ଘରୋଇକରଣ ଓ ବ୍ୟାପକ ଠିକାକରଣ କରାଯାଉଛି । ଦେଶରେ ଉତ୍କଟ ବେକାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅତ୍ୟାବଶ୍ୟକ ପଦାର୍ଥ ବିଶେଷ କରି ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଧାରଣ ଲୋକମାନଙ୍କ ଉପରେ ପଡୁଛି । ବିମୁଦ୍ରିକରଣ ପ୍ରଭାବ, ଦେୟମୁକ୍ତ ଜିଏସ୍‌ଟି, ଫଳରେ ପେଟ୍ରୋଲ୍ ଜାତ ଦ୍ରବ୍ୟର ଦରବୃଦ୍ଧି, ଅତ୍ୟାବଶ୍ୟକ ଦ୍ରବ୍ୟ ସହିତ ସାଧାରଣ ପରିବହନ ବ୍ୟବସ୍ଥା, ବିଦ୍ୟୁତ୍, ଔଷଧ ଇତ୍ୟାଦିର ଦରବୃଦ୍ଧି ହେତୁ ଲୋକମାନଙ୍କ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବା ସହିତ ଦାରିଦ୍ର୍ୟ ବୃଦ୍ଧି ସୃଷ୍ଟି ହେଉଛି । ସାମାଜିକ ସୁରକ୍ଷା କ୍ଷେତ୍ରରେ ଓ ବିଭିନ୍ନ ସମାଜ ମଙ୍ଗଳ ଯୋଜନାରେ ସରକାର ଖର୍ଚ୍ଚ କାଟ କରିବା ଫଳରେ ଶ୍ରମିକ ମାନଙ୍କର ଅବସ୍ଥା ବିଶେଷ କରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ଅବସ୍ଥା ଶୋଚନୀୟ ଅବସ୍ଥା ହୋଇଛି । ସରକାର କର୍ପୋରେଟ ସାମାଜିକ ସ୍ଵାର୍ଥକୁ ସୁରକ୍ଷା କରିବା ପାଇଁ ଶ୍ରମିକ ବିରୋଧୀ ଶ୍ରମ ଆଇନରେ ପରିବର୍ତ୍ତନ କରି ୪୪ ଗୋଟି ଶ୍ରମ ଆଇନକୁ ୪ ଗୋଟି ଶ୍ରମ କୋଡ୍‌ରେ ପରିବର୍ତ୍ତନ କରିଛନ୍ତି । ମୁଦ୍ରିକରଣ ନାମରେ କେନ୍ଦ୍ର ସରକାର ଆଖିବୁଜା ଜାତୀୟ ସମ୍ପଦକୁ ଘରୋଇକରଣ କରୁଛନ୍ତି । ଖଣିଜ ଦ୍ରବ୍ୟ, ବ୍ୟାଙ୍କ୍, ବୀମା ଭଳି ଆର୍ଥିକ ସପ୍ସସ୍ଥା, ପ୍ରତିରକ୍ଷା ଉତ୍ପାଦନ, ବିଦ୍ୟୁତ, ଇସ୍ପାତ୍, ବୃହତ୍ ବନ୍ଦର, ବିମାନ ପଥ, ଟେଲିକମ୍ୟୁନିକେସନ୍‌, ଡାକବିଭାଗ, ପେଟ୍ରୋଲିୟମ କମ୍ପାନୀ, ରେଲ୍ୱଆଇ, ଇଂଜିନିଅରିଂ, ଜାତୀୟ ରାଜପଥ, ୫୦୦ରୁ ଅଧିକ କୋଇଲା ବ୍ଲକ୍ ଭଳି ରାଷ୍ଟ୍ରାୟତ ସଂସ୍ଥାକୁ ବିକ୍ରି, ଲିଜ୍ ଦେବା ପ୍ରକ୍ରିୟା ଖୁବ୍ ଯୋସେର୍‌ ଚଳାଇଛନ୍ତି । ବ୍ୟାଙ୍କ ସାଧାରଣ ବୀମା, ଜୀବନ ବିମା ସଂଶୋଧନ ଆଇନ୍ ଆଦି ଜରିଆରେ ଚଳାଇଛନ୍ତି । ବ୍ୟାଙ୍କ ସାଧାରଣ ବୀମା, ଜୀବନ ବୀମା, ସଂଶୋଧନ ଆଇନ୍ ଆଦି ଜରିଆରେ ସେହିସବୁ ରାଷ୍ଟ୍ରାୟତ ସଂସ୍ଥାକୁ ଦେଶୀ ବିଦେଶି କର୍ପୋରେଟ ସଂସ୍ଥା ହାତରେ ଟେକିଦେବାକୁ ଚକ୍ରାନ୍ତ ଚଳାଇଛନ୍ତି । ବ୍ୟାଙ୍କରୁ ରୁଣ ନେଇଥିବା ଏକ ଚାଟିଆ ପୁଞ୍ଜିପତିମାନେ ନିଜର ଋଣ ସୁଝୁ ନାହାନ୍ତି । ଅନ୍ୟ ପକ୍ଷରେ ବ୍ୟାଙ୍କଗୁଡିକୁ ନିଜେ କିଣିବାକୁ ବସିଛନ୍ତି । ବିଭିନ୍ନ ସରକାରୀ ବିଭାଗରେ କାମ ଆଉଟ୍ ସୋର୍ସ ଓ ଠିକା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଉଛି । କୃଷକମାନଙ୍କ ପ୍ରତି ମଧ୍ୟ ଅଣା ଦେଖା କରାଯାଉଛି । ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି ମାନଙ୍କ ପକ୍ଷରେ ଆକ୍ରମଣ ହେଉଛି । ସାମ୍ପ୍ରଦାୟିକ ବିଦ୍ୱେଷର ବାତାବରଣ ସୃଷ୍ଟି କରାଯାଇଛି ବୋଲି କୁହାଯାଇଛି । କେନ୍ଦ୍ର ସରକାର ଜନବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ନୀତି ବିରୋଧୀ ଏବଂ ୧୨ ଦଫା ଦାବୀ ହାସଲ ପାଇଁ ଏହି ସାଧାରଣ ଧର୍ମଘଟ ଆହ୍ୱାନ ଦିଆଯାଇଛି । ୧୨ ଦଫା ଦାବୀ ଯଥା:-
୧- ଚାରୋଟି ଶ୍ରମ କୋଡ୍ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ ।
୨- କୁଷି ଆଇନ୍ ବାତିଲ, ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବୀ ଗ୍ରହଣ ।
୩- ଘରୋଇକରଣ ବନ୍ଦ୍ କରିବା ସହ ଜାତୀୟ ସମ୍ପଦ ମୁଦ୍ରିକରଣ ଜୋଯନା (ଏମ୍ଏନ୍‌ପି) ବାତିଲ ।
୪- ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଆୟକର ପ୍ରଦାନ ବାହାରେ ଥିବା ପରିବାରକୁ ମାସିକ ସାତ ହଜାର ପାଞ୍ଚଶହ ଟଙ୍କା ପ୍ରଦାନ ।
୫- ଜୋଯନା ୱାର୍କର୍ ଯଥା :- ଅଙ୍ଗନବାଡ଼ି, ଆଶା, ପାଚିକା ଇତ୍ୟାଦିଙ୍କୁ ୱାର୍କର୍ ମାନ୍ୟତା ପ୍ରଦାନ କର ।
୬ – ସମସ୍ତ ଅଣ ଆନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ ।
୭ – ମନୋରେଗା କାର୍ଯ୍ୟ ଦିବସ ସୃଷ୍ଟି ସହ ସହରାଞ୍ଚଳକୁ ଏହାର ପ୍ରସାର ।
୮- କୋଭିଡ ମହାମାରୀ ସମୟରେ କରୋନା ଯୋଦ୍ଧାକୁ ସମସ୍ତ ସହାୟତା ଓ ବୀମା ରାଶି ପ୍ରଦାନ କର ।
୯- ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା ସହ ପେଟ୍ରୋଲ ଜାତ ଦ୍ରବ୍ୟ ଉପରୁ ଅବକାରୀ ଟିକସ୍ ହ୍ରାସ କରାଯାଉ ।
୧୦- ଧନୀ ଶ୍ରେଣୀ ବର୍ଗ ଉପରେ ଟିକସ୍ ଧାର୍ଯ୍ୟ କରି ଜାତୀୟ ସମ୍ବଳ ସୃଷ୍ଟି କର ।
୧୧- ଠିକାକରଣ ଓ ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ସହ ଏହାକୁ ବନ୍ଦ୍ କର ।
୧୨- ଜାତୀୟ ପେନ୍‌ସନ୍ ଜୋଜନା ବାତିଲ ଓ ପୁରୁଣା ପେନ୍‌ସନ୍ ଜୋଜନାକୁ ଲାଗୁ କର ।
ସୁବାସ ସାହୁଙ୍କ ନେତୃତ୍ୱରେ ୨୮ ଓ ୨୯ତାରିଖ ଧର୍ମଘଟ ଆନ୍ଦୋଳନ କରାଯାଇଥିବା ବେଳେ ଏଥିରେ ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଭୂଜେନ୍ଦର ମାଝୀ, ସଙ୍ଗିତା ଧାରେ, ପାର୍ବତୀ ସାହୁ, ବନିତା ପୁଟେଲ, ବିନୋଦିନୀ କଟା, ସଂଯୁକ୍ତା ରାଏ ଏବଂ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସମସ୍ତ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ହୋଇ ଧର୍ମଘଟ ଆନ୍ଦୋଳନ ସୃଷ୍ଟିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.