
କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀ ଗୁଡା ଠାରେ ହିଣ୍ଡାଲକୋ କମ୍ପାନୀ ମୁଖ୍ୟ ଫାଟକ ଠାରେ କାମ୍ପାନୀ ବିରୋଧରେ ଶତାଧିକ ଜମିହରା ବିସ୍ଥାପିତ ଲୋକେ ଏକ ଗଣଧରଣାରେ ବସିଥିବା ଦେଖିବାକୁ ମିଳିଛି । ସ୍ଥାପନା ହେଉଥିବା ଆଦିତ୍ୟ ବିର୍ଲାଗୃପ ହିଣ୍ଡାଲକୋ କାରଖାନା ଚତୁଃପାର୍ଶ୍ଵର ଜମିହରା ବିସ୍ଥାପିତ ଲୋକଙ୍କୁ ଭୁଆଁ ବୁଲାଉ ଥିବା ଲୋକେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଦୀର୍ଘ ୨୮ ବର୍ଷର ପ୍ରତିଶୃତି କେବେ ପୂରଣ ହବ ? ଯୋଗ୍ୟତା ଭିତ୍ତ୍ତିକ ନିୟୋଜିତ କବେ ପୂରଣ କରିବେ ? ସ୍ୱପ୍ନ ଦେଖାଇ ଚାଲିଛି ହିଣ୍ଡାଲକୋ କାରଖାନା, ପ୍ରତିଶୃତି ଉପରେ ପ୍ରତିଶୃତି ହେଲେ ବାସ୍ତବିକରେ କୌଣସି କାର୍ଯ୍ୟ କରିନଥିବା ଆରୋପ ଆଣିଛନ୍ତି ଅଞ୍ଚଳର ଶତାଧିକ ବିସ୍ଥାପିତ ପରିବାର ଲୋକେ । ଶାଗମାଛ ଦରରେ ଜମି ଟେକିଦେଲେ ଅଞ୍ଚଳବାସୀ, ଅଞ୍ଚଳରେ ପୁଣି ଏକ କାରଖାନା ସ୍ଥାପନା ହେଲେ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବ । ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବ । ରୋଜଗାର ମିଳିଲେ ଦାଦନ ଦୁଃଖ ଦୂର ହେବ । ଏହିଭଳି ଅନେକ ସ୍ୱପ୍ନ ଦେଖିଥିଲେ ଜମିହରା, ବିସ୍ଥାପିତ ଓ ଅଞ୍ଚଳବାସୀ । ତେଣୁ ଅନେକ ହତାଶା ପରେ ଆଜି ପୁଣି ବିସ୍ଥାପିତ ମାନଙ୍କୁ ତୁରନ୍ତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟାଦେଶ ଦିଆ ନଗଲେ କାରଖାନାର ମୁଖ୍ୟ ଫାଟକରୁ ଓହରିବୁ ନାହିଁ ବୋଲି ଲୋକେ ଯୁକ୍ତି ବାଢିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଏହିଭଳି ବର୍ଷ ବର୍ଷ ଧରି ପ୍ରତିଶୃତିରୁ ଓହରି ଯାଉଥିବା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।