ଯୁବ ସଂଗଠକ ପ୍ରମୋଦ ସାହୁଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାର ବରିଷ୍ଠ ସଭ୍ୟ ତଥା ଯୁବ ସଂଗଠକ ପ୍ରମୋଦ କୁମାର ସାହୁଙ୍କର ମଙ୍ଗଳବାର ଦିନ ୫୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତ କିଛିଦିନ ହେଲା ହୃଦରୋଗରେ ପୀଡ଼ିତ ଥିବାବେଳେ ଭୀମସାର ବୁର୍ଲା ଠାରେ ଚିକିତ୍ସିତ ହେଉଥିଲେ । ୭ ତାରିଖ ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ଧର୍ମପତ୍ନୀ ଝରଣା ସାହୁ ଓ ଦୁଇ ପୁଅ ସାଗର ସଂଗମ ସାହୁ ଏବଂ ସ୍ୱସ୍ତିକ ସାଗର ସାହୁ ଉପସ୍ଥିତ ଥିଲେ । ପ୍ରମୋଦ ସାହୁ ଜଣେ ଭଲ ସଂଗଠକ, ମିଷ୍ଠଭାଷୀ, ପରୋପକାରୀ ଯୁବକ ଥିଲେ । ବିୟୋଗର ଖବର ପ୍ରସାରିତ ହେବା ପରେ ପରିବାରବର୍ଗ ତଥା ଆଖପାଖ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ସହରର ବିଭିନ୍ନ ରାଜନୈତିକ ନେତା, କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶୋକାକୁଳ ବିଦାୟ ଦେଇଥିଲେ । ବିଭୁତିପଡା ସ୍ଥିତ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟି କରାଯାଇଥିବା ବେଳେ ବଡପୁଅ ସାଗର ସଂଗମ ସାହୁ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.